Advertisment

ସରକାରୀ ବସ୍‌ରୁ କଫ ସିରପ ଜବତ

ଭୁବନେଶ୍ୱରରୁ ବରଗଡ଼ ଜିଲ୍ଲା ଗାଈସିଲେଟ ଅଭିମୁଖେ ଯାଉଥିବା ସରକାରୀ ବସ୍‌ରେ ଜଣେ ବ୍ୟକ୍ତି କଫସିରପ ଚାଲାଣ କରୁଥିବା ନେଇ ଖବର ପାଇଥିଲା ଲୋଇସିଂହା ଥାନା ପୁଲିସ।

ଅଦ୍ୟତନ ହୋଇଛି
Balangir

Balangir

Advertisment

ସରକାରୀ ବସ୍‌ରୁ ମିଳିଲା ୨୨୮ କଫ ସିରପ। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ପୁଲିସକୁ ମିଳିଛି ଏହି ବଡ଼ ସଫଳତା। କଫ ସିରପ ଚାଲାଣ ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଛି। ଲୋଇସିଂହା-ପଦ୍ମପୁର ରାସ୍ତାର ଚାରି ଛକରେ ମାଡ଼ି ବସିଲା ପୁଲିସ୍‌।

Advertisment

ଭୁବନେଶ୍ୱରରୁ ବରଗଡ଼ ଜିଲ୍ଲା ଗାଈସିଲେଟ ଅଭିମୁଖେ ଯାଉଥିବା ସରକାରୀ ବସ୍‌ରେ ଜଣେ ବ୍ୟକ୍ତି କଫସିରପ ଚାଲାଣ କରୁଥିବା ନେଇ ଖବର ପାଇଥିଲା ଲୋଇସିଂହା ଥାନା ପୁଲିସ। ଏହା ପରେ ପୁଲିସ୍‌ ବସକୁ ପିଛା କରି ଚାରିଛକ ନିକଟରେ ଅଟକାଇଥିଲା। ଗାଡ଼ି ଯାଞ୍ଚ ବେଳେ କଫ ସିରପ ମିଳିଥିଲା। ଏହି ମାମଲାରେ ଆଗଲପୁର ଥାନା ସାଧୁପାଲି ଗାଁର ହେମନ୍ତ ସହୁକୁ ଗିରଫ କରିଥିଲା ପୁଲିସ୍‌। ତେବେ ଜବତ ହୋଇଥିବା କଫ୍‌ ସିରପ କେଉଁଠୁ କେଉଁ ଜାଗାକୁ ଚାଲାଣ ହେଉଥିଲା, ତାହା ଜଣାପଡ଼ି ନାହିଁ। ପୁଲିସ ଖୋଳତାଡ଼ କରୁଛି।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe