Advertisment

ବିଲ ମଝିରେ ପଡ଼ିଥିଲା ଯୁବକଙ୍କ ମୃତଦେହ

ମଙ୍ଗଳବାର ସୁରେଶଙ୍କ ମୃତଦେହ ତେତେଲପଡ଼ା ଗାଁ ଚାଷ ଜମିରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଖବର ପାଇ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। କିନ୍ତୁ ସୁରେଶଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିଲା।

author-image
Manoranjan Sial
Dead Body

Dead Body

ବିବାହ ଭୋଜିରେ ସାମିଲ୍‌ ହେବା ପାଇଁ ଯାଇଥିଲେ। ହେଲେ ବିଲ ମଝିରୁ ଯୁବକଙ୍କ ମୃତଦେହ ମିଳିଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ିନଥିବା ବେଳେ ପରିବାର ଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ। ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଜୁଡ଼ାଗଡ଼ ଥାନା ଅଞ୍ଚଳରେ ଘଟିଛି।

Advertisment

ଗତ ସୋମବାର ଜୁନାଗଡ଼ ଥାନା ସର୍ଗିଗୁଡ଼ା ଗାଁରେ ଏକ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ସାମିଲ୍‌ ହେବା ପାଇଁ ତେତେଲପଡ଼ା ଗାଁର ସୁରେଶ ବିହାରୀ ତାଙ୍କର ଜଣେ ସମ୍ପର୍କୀୟ ଭଣଜା ହେମନ୍ତ ସୁନାନୀଙ୍କ ବାଇକ୍‌ରେ ଯାଇଥିଲେ। ସେଠାରୁ ସେ ବରଯାତ୍ରୀରେ ସାମିଲ୍‌ ହୋଇ ଅନ୍ୟ ଗାଁକୁ ଯାଇଥିଲେ। ବାହାଘର ପରେ ସୁରେଶ ସର୍ଗିଗୁଡ଼ା ଫେରିଥିଲେ। ହେଲେ ଘରକୁ ଆସି ନଥିଲେ। କିନ୍ତୁ ହେମନ୍ତ ଘରକୁ ଫେରି ଆସିଥିଲେ।

ମଙ୍ଗଳବାର ସୁରେଶଙ୍କ ମୃତଦେହ ତେତେଲପଡ଼ା ଗାଁ ଚାଷ ଜମିରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଖବର ପାଇ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। କିନ୍ତୁ ସୁରେଶଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିଲା। ଆଜି ପରିବାର ଲୋକ ଏ ନେଇ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୁରେଶଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସେମାନେ ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଚଳାଛି। ଦୁଇବର୍ଷ ତଳେ ସୁରେଶ ବିବାହ କରିଥିଲେ।

Advertisment

ରିପୋର୍ଟ- ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା

Crime Kalahandi