Advertisment

ନିର୍ବାଚନ ସମୟରେ ବଡ଼ ଧରଣର ଗଣ୍ଡଗୋଳ ପାଇଁ ହୋଇଥିଲା ପ୍ଲାନ୍‌!

ଭୁବନେଶ୍ୱର ଡିସିପିଙ୍କ ତଥ୍ୟ ଅନୁସାରେ ମୋଟ ୧୪୩୭ ଜଣ ଭୁବନେଶ୍ୱରରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ବ୍ୟବହାର କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୨୨ ଜଣ ବନ୍ଧୁକ ଡିପୋଜିଟ୍‌ କରିଛନ୍ତି।

BBSR

BBSR

Advertisment

ସାଧାରଣ ନିର୍ବାଚନ ବେଳେ ବଡ଼ ଧରଣର ଗଣ୍ଡଗୋଳ ପାଇଁ ହୋଇଥିଲା ଯୋଜନା! ରାଜ୍ୟର ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀରେ ବୋମା ପକାଇବା ପାଇଁ ପ୍ଲାନ୍‌ କରାଯାଇଥିଲା। ସେଥିପାଇଁ ବୋମା ତିଆରି କରିବାକୁ ଅଡର ମଧ୍ୟ ଦିଆଯାଇଥିଲା। ଆଉ ବୋମା ତିଆରି ପାଇଁ ବାରୁଦ କିଣା ହୋଇ ଷ୍ଟକ ରଖା ଯାଇଥିଲା। ହେଲେ ସବୁ ଯୋଜନାରେ ଫସର ଫାଟିଗଲା। ଖୋର୍ଦ୍ଧା ଜଟଣୀ ଅଞ୍ଚଳରେ ଏକ ବାଣ ଗୋଦାମରେ ଚଢ଼ଉ ବେଳେ ୪୦ କେଜି ବିସ୍ଫୋରକ ଜବତ ସହିତ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ପାଇଛି ପୁଲିସ୍‌।

Advertisment

ଜଟଣୀ ଥାନା ପୁଲିସ ଆଜି ଏକ ବାଣ ଗୋଦାମରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଗୋଦାମରୁ ପୁଲିସ୍‌ ୪୦ କେଜି ବିସ୍ଫୋରକ ଜବତ କରିଥିଲା। ଏହି ଅଭିଯୋଗରେ ପୁଲିସ୍‌ ଉମାକାନ୍ତ ଶତପଥୀଙ୍କୁ ଗିରଫ କରିଥିଲା। ନିର୍ବାଚନ ବେଳେ ହିଂସାକାଣ୍ଡ ଘଟାଇବା ପାଇଁ ଏହି ବିସ୍ଫୋରକ ସାମଗ୍ରୀ ଆସିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ବୋମା ଜବତ ଓ ଡକାୟତି ଉଦ୍ୟମ ଘଟଣାରେ ଏହି ଅଭିଯୁକ୍ତ ସମ୍ପର୍କରେ ସୂଚନା ପାଇଥିଲା ପୁଲିସ୍‌। ପିପିଲି, ଡେଲାଙ୍ଗ, ବ୍ରହ୍ମଗିରି, ଜଟଣୀ ଓ ରାଜ୍ୟ ବାହାରକୁ ବିସ୍ଫୋରକ ସାମଗ୍ରୀ ସପ୍ଲାଏ କରୁଥିଲା।

ସେପଟେ ନିର୍ବାଚନ ବେଳେ ଯେଉଁମାନଙ୍କ ପାଖରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରହିଛି, ତାହା ସ୍ଥାନୀୟ ଥାନାରେ ଜିମା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଡେଡଲାଇନ୍ ପାର ହୋଇଯାଇଥିଲେ ମଧ୍ୟ ମାତ୍ର ଅଳ୍ପ ଲାଇସେନ୍ସ ବନ୍ଧୁକଧାରି ଥାନାରେ ଦେଇଛନ୍ତି ଜିମା। ଭୁବନେଶ୍ୱର ଡିସିପିଙ୍କ ତଥ୍ୟ ଅନୁସାରେ ମୋଟ ୧୪୩୭ ଜଣ ଭୁବନେଶ୍ୱରରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ବ୍ୟବହାର କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୨୨ ଜଣ ବନ୍ଧୁକ ଡିପୋଜିଟ୍‌ କରିଛନ୍ତି। ଗତ ୨୪ ଘଣ୍ଟାରେ ୧୧୧ ଜଣ ଡିପୋଜିଟ କରିଛନ୍ତି। ୭୦ ସୁରକ୍ଷା କର୍ମୀଙ୍କ ପାଖରେ ବନ୍ଧୁକ ଅଛି। ନିର୍ବାଚନ ପୂର୍ବରୁ ଲାଇସେନ୍ସପ୍ରାପ୍ତ ବନ୍ଧୁକ ତୁରନ୍ତ ଦାଖଲ କରିବାକୁ ତାଗିଦ କରିଛନ୍ତି ଡିସିପି ପ୍ରତୀକ ସିଂ।

Advertisment

ପିସ୍ତଲ, ରିଭଲଭର, ୧୨ ରାଉଣ୍ଡ ବୋର ଗନ୍‌ ଦାଖଲ ନେଇ ନିର୍ଦ୍ଦେଶ ରହିଛି। ପୂର୍ବରୁ ଏ ନେଇ ନୋଟିସ୍‌ କରିଥିଲା କମିଶନରେଟ ପୁଲିସ। ମଡେଲ କୋଡ୍‌ ଅଫ୍‌ କଣ୍ଡକ୍ଟ ମୁତାବକ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ତଥା ବନ୍ଧୁକର ଅପବ୍ୟବହାର ରୋକିବା ପାଇଁ ବ୍ୟକ୍ତି ବିଶେଷ ତଥା ରାଇଫଲ ଆସୋସିଏସନକୁ ପୂର୍ବରୁ ଅବଗତ କରାଯାଇଥିଲା। ସ୍କ୍ରିନିଂ କମିଟି ବସିବା ପରେ ଅନ୍ୟ ବନ୍ଧୁକ ଗୁଡିକ ଖୁବଶୀଘ୍ର ଡିପୋଜିଟ ହେବ ବୋଲି ସୂଚନା ଦେଇଛନ୍ତି ଡିସିପି।

Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe