Advertisment

ସାବଧାନ! ବ୍ରହ୍ମପୁରରୁ ୧୦ ଲକ୍ଷ ଟଙ୍କାର ନକଲି ରୂପଚର୍ଯ୍ୟା ସାମଗ୍ରୀ ଜବତ

ବ୍ରହ୍ମପୁର ଟାଉନ୍‌ରେ ଲ୍ୟାକ୍‌ମିର ନକଲି ପ୍ରକ୍ଟ ବିକ୍ରି ହେଉଥିଲା। ଏ ସମ୍ପର୍କରେ ହିନ୍ଦୁସ୍ଥାନ ୟୁନିଲିଭର ମାର୍କେଟ ଡିଟେକ୍ଟିଭ୍‌ ଏଜେନ୍ସି ପକ୍ଷରୁ ବଡ ବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Fake Cosmetic Products

Fake Cosmetic Products

Advertisment

ବଜାରରେ ମିଳୁଛି ପୂଳାପୂଳା ନକଲି ରୂପଚର୍ଯ୍ୟା ସାମଗ୍ରୀ। ତାହା ପୁଣି ନାମୀଦାମୀ ବ୍ରାଣ୍ଡର। ପ୍ରାୟ ୧୦ ଲକ୍ଷ ଟଙ୍କାର ଲ୍ୟାକ୍‌ମି ବ୍ରାଣ୍ଡର ରୂପଚର୍ଯ୍ୟା ସାମଗ୍ରୀ ଜବତ କରି ଗଞ୍ଜାମ ପୁଲିସ୍‌। ତେବେ ଏସବୁ ସାମଗ୍ରୀ କେଉଁଠୁ ଆସିଛି, ତାହା ଜଣାପଡ଼ି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Advertisment

ବ୍ରହ୍ମପୁର ଟାଉନ୍‌ରେ ଲ୍ୟାକ୍‌ମିର ନକଲି ପ୍ରକ୍ଟ ବିକ୍ରି ହେଉଥିଲା। ଏ ସମ୍ପର୍କରେ ହିନ୍ଦୁସ୍ଥାନ ୟୁନିଲିଭର ମାର୍କେଟ ଡିଟେକ୍ଟିଭ୍‌ ଏଜେନ୍ସି ପକ୍ଷରୁ ବଡ ବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଆଜି ଅପରାହ୍ନରେ ବ୍ରହ୍ମପୁର ଟାଉନ୍‌ର ଖାଷ୍ପା ସାହିର ଓମ୍‌ ଷ୍ଟୋର, ଶ୍ରୀସାଇ ଟ୍ରେଡିଂ କୋ, ଭାପୁର ବଜାରର ମନ ପସନ୍ଦ, B-2 ମଲ୍‌ ସ୍ଥିତ ଖୁସି ଲେଡିସ୍‌ କର୍ଣ୍ଣର ଉପରେ ଚଢ଼ଉ କରି ଜବତ କରିଥିଲା।

ଚଢ଼ଉ ସମୟରେ Lakme Eyeconic Kajal, Elle 18 Kajal, Lakme 9to5 Compact, Lakme Absolute Compact, Lakme Foundation, Lakme 9to5 Lipstick, Lakme Absolute Lipstick, Lakme 9to5 Eyeliner, Lakme 9to5 Mascara, Lakme Enrich Satin Lipstick and Pond's BB Cream ପ୍ରମୁଖ ଜବତ କରିଥିଲା। ଏସବ ରୂପଚର୍ଯ୍ୟା ସାମଗ୍ରୀ ନକଲି ବୋଲି ଜଣାପଡ଼ିଛି। ଜବତ ହୋଇଥିବା ସାମଗ୍ରୀ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି।

Advertisment

ରିପୋର୍ଟ-ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

Berhampur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe