Balangir
ବଲାଙ୍ଗିର ଜିଲ୍ଲାରେ ପୁଣି ଜବତ ହେଲା ପାଞ୍ଚ ଲକ୍ଷ ଟଙ୍କା। ରବିବାର ବଲାଙ୍ଗିର ଉପକଣ୍ଠ ବିଜାଖମନରୁ ପାଞ୍ଚ ଲକ୍ଷ ଟଙ୍କା ଜବତ କରିଥିଲା ପୁଲିସ। ଆଜି ତୁଷୁରା ଥାନା ଡାହିମାଲ ଚେକ ନିକଟରୁ ଜବତ ହୋଇଛି ପାଞ୍ଚ ଲକ୍ଷ ଟଙ୍କା।
ନିର୍ବାଚନ ପାଇଁ ଚେକିଂ ବ୍ଲକିଙ୍ଗ ସମୟରେ ତୁଷୁରା ପୁଲିସ ଏକ କାରକୁ ଯାଞ୍ଚ କଟିଥିଲା। କାର ମାଲିକ ତୁଷୁରାର ବ୍ୟବସାୟୀ ରବୀନ ଜୈନ କାରଟିକୁ ନିଜେ ଚଳାଇ ଯାଉଥିବା ସମୟରେ ଅଟକାଇ ଯାଞ୍ଚ କରିଥିଲା ପୁଲିସ। କାର ଭିତରେ ଥିବା ପାଞ୍ଚ ଲକ୍ଷ ଟଙ୍କାର ହିସାବ ଦେଇପାରୁନାହାନ୍ତି ବ୍ୟବସାୟୀ ଜଣକ। ପୁଲିସ ଟଙ୍କା ଜବତ ପରେ ଫ୍ଲାଇଂ ସ୍କ୍ୱାର୍ଡକୁ ହସ୍ତାନ୍ତର କରିଛି। ମାଜିଷ୍ଟେଟଙ୍କ ଉପସ୍ଥିତିରେ ଯାଞ୍ଚ ଚାଲିଥିବା ଜଣାପଡିଛି। ନିର୍ବାଚନ ପାଇଁ ଟଙ୍କା ବ୍ୟବହାର ହେବାକୁ ଯାଉଥିଲା ନା ଅନ୍ୟ କୌଣସି କାରଣ ପାଇଁ ଜଣାପଡ଼ିନାହିଁ।
ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us