Advertisment

ପାହାଡ଼ ଉପରେ ଚାଲିଥିଲା ଚାଷ; ୮ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୁଲିସ

ପୁଲିସ ଓ ଅବକାରୀ ଟିମ୍ ଚଢ଼ାଉ କରି ୮ କୋଟି ଟଙ୍କାର ଗଞ୍ଜେଇ ପୋଡ଼ି ନଷ୍ଟ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Ganja

Ganja

ପାହାଡ଼ ଉପରେ କରାଯାଉଥିଲା ଗଞ୍ଜେଇ ଚାଷ। ପୁଲିସ ଓ ଅବକାରୀ ଟିମ୍ ଚଢ଼ାଉ କରି ୮ କୋଟି ଟଙ୍କାର ଗଞ୍ଜେଇ ପୋଡ଼ି ନଷ୍ଟ କରିଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପେଂଗାମ ଗାଁରେ ଏହି ଘଟଣା ଘଟିଛି। 

Advertisment

ଗାଁ ନିକଟସ୍ଥ ପାହାଡ଼ ଉପରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୁଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି  ପ୍ରାୟ ୪୨ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ପୋଡ଼ି ନଷ୍ଟ କରିଛନ୍ତି।

ଅଡବା ଓ ଆର.ଉଦୟଗିରି ଥାନା ଅଂଚଳରେ ଗଞ୍ଜେଇ ଚାଷ ମୂଳୋତ୍ପାଟନ ପରେ ଏବେ ପୁଣି ମୋହନା ଥାନା ଅଂଚଳରେ ଆରମ୍ଭ ହୋଇଛି ଏହି ଗ୍ରୀନ କ୍ଲିନ ଅଭିଯାନ। ଅଭିଯାନ ଆଗକୁ ଚାଲୁ ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
Gajpati