/odisha-reporter/media/post_attachments/uploadimage/library/16_9/16_9_0/SI_1755185891.jpg)
SI
ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାରେ କାର୍ଯ୍ୟରତ ଏସ୍ଆଇ ସ୍ମୃତି ସାଗର ସାମଲ। ତାଙ୍କୁ ଆଜି ଗୋଛାପଡା ଥାନା ପୁଲିସ ଗିରଫ କରି ଫୁଲବାଣୀ କୋର୍ଟରେ ହାଜର କରିଥିଲା। ଜାମିନ ଆବେଦନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଗୋଛାପଡ଼ା ଥାନା IIC କହିଛନ୍ତି, SI ସ୍ମୃତି ସାଗର ସାମଲଙ୍କ ନାମରେ ଜଣେ ମହିଳା ଯାହା ଅଭିଯୋଗ କରିଥିଲେ। ସେହି ଆଧାରରେ ତାଙ୍କୁ ଗିରଫ କରାଯାଇଛି।
ସରକାରୀ ଓକିଲ ପଙ୍କଜ ବେହେରା କହିଛନ୍ତି, ଗୋଛାପଡ଼ାରେ ଉକ୍ତ ମହିଳାଙ୍କର ଏକ ଦୋକାନ ଅଛି। ଏସ୍ଆଇ ସ୍ମୃତି ସାଗର ସାମଲ ଗୋଛାପଡ଼ା ଥାନାରେ ନିଯୁକ୍ତ ହୋଇଥିବା ସମୟରେ ତାଙ୍କ ଦୋକାନକୁ ଯାଉଥିଲେ ଓ ତାଙ୍କୁ ବିଭିନ୍ନ କମେଣ୍ଟ ମାରୁଥିଲେ। ଏସ୍ଆଇ ତାଙ୍କୁ କହୁଥିଲେ ଯେ ତାଙ୍କ ସ୍ୱାମୀ ଛୋଟ ଚାକିରି କରିଛନ୍ତି। ଅଳ୍ପ ଦରମା ପାଉଛନ୍ତି। ସେ ବହୁତ ସୁନ୍ଦର ହୋଇଥିବା ସତ୍ତ୍ୱେ କାହିଁକି ତାଙ୍କୁ ବାହା ହୋଇଛନ୍ତି। ତା’ସହିତ ଏସ୍ଆଇ ସ୍ମୃତି ସାଗର ସାମଲ କହୁଥିଲେ ଯେ ସେ ଜଣେ ଏସ୍ଆଇ। ଅଧିକ ଦରମା ପାଆନ୍ତି। ତାଙ୍କୁ ବାହା ନହେଲେ ସେ ସେହି ମହିଳାଙ୍କୁ ମାରି ଦେବାକୁ ବି ବେଳେ ବେଳେ ଧମକ ଦେଉଥିଲେ।
ସରକାରୀ ଓକିଲ ଶ୍ରୀ ବେହେରା କହିଛନ୍ତି, ଏସ୍ଆଇ ସ୍ମୃତି ସାଗର ସାମଲ ପ୍ରାୟ ପ୍ରତ୍ୟେକ ଦିନ ଉକ୍ତ ମହିଳାଙ୍କ ଦୋକାନକୁ ଯାଉଥିବା ବେଳେ ଗତ ମେ’ ୨୪ ତାରିଖ ରାତିରେ ସେ ତାଙ୍କ ଘରକୁ ପଶିଯାଇଥିଲେ। ସେତେବେଳେ ମହିଳାଙ୍କ ଘରେ କେହି ନଥିଲେ ଓ କବାଟ ମଧ୍ୟ ଖୋଲା ଥିଲା। ସେଠାରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ। ତା’ସହିତ ଘଟଣା ସଂପର୍କରେ ତାଙ୍କ ସ୍ୱାମୀଙ୍କୁ ନକହିବାକୁ ଏସ୍ଆଇ ସ୍ମୃତି ସାଗର ସାମଲ ତାଙ୍କୁ ଧମକ ଦେଇଥିଲେ। ନହେଲେ କଟକରୁ ଗୁଣ୍ଡା ଆଣି ତାଙ୍କ ସ୍ୱାମୀଙ୍କୁ ମାରି ଦେବେ ବୋଲି ଧମକ ଦେଇଥିଲେ। ସେହି ମାମଲାରେ ଆଜି ଗୋଛାପଡ଼ା ଥାନା ପୁଲିସ୍ ଏସ୍ଆଇ ସ୍ମୃତି ସାଗର ସାମଲଙ୍କୁ ଗିରଫ କରିଛି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
