Advertisment

ସହିଦ ନଗର ଥାନା ସବ୍‌-ଇନ୍ସପେକ୍‌ଟର ପ୍ରିୟବ୍ରତ ପ୍ରଧାନ ନିଲମ୍ବିତ

ଗତକାଲି ପ୍ରିୟବ୍ରତ ପ୍ରଧାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

author-image
Jitendra Garnayak
SI Priyabrat Pradhan

SI Priyabrat Pradhan

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଭୁବନେଶ୍ୱରର ସହିଦ ନଗର ଥାନା ସବ୍‌-ଇନ୍ସପେକ୍‌ଟର ପ୍ରିୟବ୍ରତ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି ପୁଲିସ କମିଶନର। ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ (DL)କୁ ଫେରାଇ ଦେବା ପାଇଁ ଗତକାଲି ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ।

Advertisment

ଅଭିଯୋଗକାରୀଙ୍କୁ DL ଫେରାଇ ଦେବାକୁ ମୋଟ ୫ ହଜାର ଟଙ୍କା ମାଗିଥିଲେ ପ୍ରିୟବ୍ରତ ପ୍ରଧାନ। ଅଭିଯୋଗକାରୀ ଗତ ୨୧ ତାରିଖରେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଆଉ ୨ ହଜାର ଟଙ୍କା ନ ଦେଲେ DL ଦେବେ ନାହିଁ ବୋଲି ପ୍ରିୟବ୍ରତ ତାଙ୍କୁ କହିଥିଲେ। ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଗତକାଲି ପ୍ରିୟବ୍ରତ ପ୍ରଧାନ ବାକି ୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

ଲାଞ୍ଚ ନେଇ ସବ୍‌-ଇନ୍ସପେକ୍‌ଟର ପ୍ରିୟବ୍ରତ ପ୍ରଧାନ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା। ଏହି ମାମଲାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।

Advertisment
Vigilance Net Vigilance Police Commissionerate