ଗାଡ଼ି ଚେକିଂ କରୁଥିଲା କମିଶନରେଟ୍ ପୁଲିସ। ଚେକିଂ ବେଳେ କାରରୁ ମିଳିଲା ପୁଳା ପୁଳା ଟଙ୍କା। ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର
ଥାନା ଓମ୍ଫେଡ଼ ଛକ ନିକଟରେ ଜଣେ ବ୍ୟକ୍ତିଙ୍କ କାରରୁ ୪ ଲକ୍ଷ ୭୭ ହଜାର ଟଙ୍କା ଜବତ କରିଛି ପୁଲିସ। ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ ଦିବ୍ୟଜ୍ୟୋତି ନାୟକ। ପୁଲିସ ତାଙ୍କୁ ଅଟକ ରଖି ଟଙ୍କା ବାବଦରେ ପଚରାଉଚରା କରୁଛି।
Also Read
ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଥାନା ଓମ୍ଫେଡ଼ ଛକ ନିକଟରେ ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ଚାଲିଥିଲା। ଏହି ସମୟରେ ଦିବ୍ୟଜ୍ୟୋତିଙ୍କୁ କାର୍କୁ ପୁଲିସ ଅଟକାଇଥିଲା। ସେ ମଦ ପିଇ ଗାଡ଼ି ଚଳାଉଛନ୍ତି ନାହିଁ ଚେକିଂ କରିଥିଲା। ପରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ମଦ ପିଇ ଗାଡ଼ି ଚଳାଉଥିବା ଜଣାପଡ଼ିଥିଲା।
ପରେ ତାଙ୍କ କାରରୁ ୪ ଲକ୍ଷ ୭୭ ହଜାର ଟଙ୍କା ଜବତ କରିଥିଲା ପୁଲିସ। ଦିବ୍ୟଜ୍ୟୋତି ଏତେ ଟଙ୍କା କେଉଁଠି ଆଣିଲେ ପୁଲିସ ତାଙ୍କୁ ପଚରାଉଚରା କରୁଛି। ଏଥିସହ ଗାଡ଼ି ଓ ଟଙ୍କାକୁ ଜବତ କରି ଘଟଣାର ତଦନ୍ତ କରୁଛି ପୁଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସରକାରୀ କ୍ୱାର୍ଟର୍ସରୁ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଗଣେଶ ବର୍ଷେ ହେବ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ।
Crime
ହାର୍ଡକୋର ନକ୍ସଲ ପ୍ରଭାକର ଗିରଫ; ୨୫ ଲକ୍ଷ ଥିଲା ପୁରସ୍କାର ରାଶି
ପ୍ରଭାକରଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
Crime
ହୋଟେଲ ପାର୍କିଂରେ ଟ୍ରିପଲ ମର୍ଡର: ଦୁଇ ଯୁବକ, ଜଣେ ଯୁବତୀଙ୍କୁ ଗୁଳି କରି ହତ୍ୟା
ଗୁଳିମାଡ଼ରେ ଦିଲ୍ଲୀର ଭିକ୍କି ଓ ବିପିନଙ୍କ ସମେତ ହିର୍ସାର ନିଆଙ୍କ ମୃତ୍ୟୁ ହୋଇଛି। ହୋଟେଲର ପାର୍କିଂରେ ଏମାନେ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ୩ ଜଣଙ୍କୁ ହତ୍ୟା କରିଛନ୍ତି।
Crime
ବ୍ୟବସାୟୀଙ୍କୁ ଦେଖାଇଲେ ବନ୍ଧୁକ, ଲୁଟିନେଲେ ୫ ହଜାର
ଆଜି ଭୋର୍ ୪ଟା ସମୟରେ ସାନ ମୁଣ୍ଡଳୀ ଗାଁର ବସନ୍ତ ଲେଙ୍କା ବ୍ୟବସାୟ ପାଇଁ କଟକ ଯାଉଥିବା ବେଳେ ନରାଜ ଫାୟାରିଂ ରେଞ୍ଜ ନିକଟରେ ଲୁଟର ଶିକାର ହୋଇଛନ୍ତି।
Crime
୧୦ ଘଣ୍ଟା ପରେ ଅପହୃତା ଯୁବତୀ ଉଦ୍ଧାର, ଚାଲିଛି ପଚରାଉଚରା
ଲୁମ୍ବିନୀ ବିହାର ଅଞ୍ଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ପ୍ରାୟ ୧୦ ଘଣ୍ଟା ପରେ ଭୁବନେଶ୍ୱର ଭିତରୁ ଉଦ୍ଧାର କରିଛି ପୁଲିସ୍। ଉଦ୍ଧାର ଯୁବତୀଙ୍କୁ ମୈତ୍ରିବିହାର ଥାନାରେ ପଚରାଉଚରା କରାଯାଉଛି।