Advertisment

ଗାଡ଼ି ଚେକିଂ କରୁଥିଲା ରାଜଧାନୀ ପୁଲିସ; କାରରୁ ମିଳିଲା ପୁଳା ପୁଳା ଟଙ୍କା

ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଥାନା ଓମ୍ଫେଡ଼ ଛକ ନିକଟରେ ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ଚାଲିଥିଲା।

ଅଦ୍ୟତନ ହୋଇଛି
Money sized

Money sized

Advertisment

ଗାଡ଼ି ଚେକିଂ କରୁଥିଲା କମିଶନରେଟ୍‌ ପୁଲିସ। ଚେକିଂ ବେଳେ କାରରୁ ମିଳିଲା ପୁଳା ପୁଳା ଟଙ୍କା। ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର
ଥାନା ଓମ୍ଫେଡ଼ ଛକ ନିକଟରେ ଜଣେ ବ୍ୟକ୍ତିଙ୍କ କାରରୁ ୪ ଲକ୍ଷ ୭୭ ହଜାର ଟଙ୍କା ଜବତ କରିଛି ପୁଲିସ। ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ ଦିବ୍ୟଜ୍ୟୋତି ନାୟକ। ପୁଲିସ ତାଙ୍କୁ ଅଟକ ରଖି ଟଙ୍କା ବାବଦରେ ପଚରାଉଚରା କରୁଛି। 

Advertisment

ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଥାନା ଓମ୍ଫେଡ଼ ଛକ ନିକଟରେ ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ଚାଲିଥିଲା। ଏହି ସମୟରେ ଦିବ୍ୟଜ୍ୟୋତିଙ୍କୁ କାର୍‌କୁ ପୁଲିସ  ଅଟକାଇଥିଲା। ସେ ମଦ ପିଇ ଗାଡ଼ି ଚଳାଉଛନ୍ତି ନାହିଁ  ଚେକିଂ କରିଥିଲା।  ପରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ମଦ ପିଇ ଗାଡ଼ି ଚଳାଉଥିବା ଜଣାପଡ଼ିଥିଲା। 

ପରେ ତାଙ୍କ କାରରୁ  ୪ ଲକ୍ଷ ୭୭ ହଜାର ଟଙ୍କା ଜବତ କରିଥିଲା ପୁଲିସ। ଦିବ୍ୟଜ୍ୟୋତି ଏତେ ଟଙ୍କା କେଉଁଠି ଆଣିଲେ ପୁଲିସ ତାଙ୍କୁ ପଚରାଉଚରା କରୁଛି। ଏଥିସହ ଗାଡ଼ି ଓ ଟଙ୍କାକୁ ଜବତ କରି ଘଟଣାର ତଦନ୍ତ କରୁଛି ପୁଲିସ। 

Advertisment
Bhubaneswar Commissionorate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe