Advertisment

ପୁଅର ସନ୍ଦେହଜନକ ମୃତ୍ୟୁ; ଶ୍ମଶାନ ନେଇଗଲେ ପରିବାର ଲୋକେ, ପହଞ୍ଚିଗଲା ପୁଲିସ୍‌

ବେହେରେନସିଲେଟ ଗାଁରେ ଗତ ରାତିରେ ବିନୋଦ ଚନାଗୁନଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ମୃତ୍ୟୁ କିପରି ହୋଇଥିଲା, ସେ ଆତ୍ମହତ୍ୟା କରିଥିଲେ, ନା କ’ଣ ତାହା ସ୍ପଷ୍ଟ ହୋଇ ପାରିନି।

author-image
Niharika Rout
DeadBody

DeadBody

‘ରାତିରେ ଶୋଇଥିଲା ପୁଅ । ତେବେ ସକାଳୁ ଆଉ ଉଠି ନ ଥିଲା। ଏହାପରେ ପୁଅର ମୃତଦେହକୁ ସତ୍କାର ନିମନ୍ତେ ଶ୍ମଶାନକୁ ଆଣିଥିଲୁ। ଏଠାରେ ଶବଦାହ ପୂର୍ବରୁ ପୁଲିସ୍‌ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେଇ ଯାଇଛି। ’ ଏପରି କହିଛନ୍ତି ଜଣେ ମୃତ ଯୁବକଙ୍କ ଅସହାୟ ବାପା ।

Advertisment

ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ବେହେରେନସିଲେଟ ଗାଁରେ ଘଟିଛି। ମୃତ ଯୁବକଜଣକ ହେଲେ ବେହେରେନସିଲେଟ ଗାଁର ଦେବା ଚିନାଗୁନଙ୍କ ପୁଅ ବିନୋଦ ଚନାଗୁନ ।

ବେହେରେନସିଲେଟ ଗାଁରେ ଗତ ରାତିରେ ବିନୋଦ ଚନାଗୁନଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ମୃତ୍ୟୁ କିପରି ହୋଇଥିଲା, ସେ ଆତ୍ମହତ୍ୟା କରିଥିଲେ, ନା କ’ଣ ତାହା ସ୍ପଷ୍ଟ ହୋଇ ପାରିନି। 

Advertisment

ସକାଳୁ ପରିବାର ଲୋକେ ଏନେଇ ପୁଲିସ୍‌କୁ କୌଣସି ସୂଚନା ନ ଦେଇ ମୃତଦେହକୁ ସତ୍କାର କରିବା ନିମନ୍ତେ ଶ୍ମଶାନକୁ ନେଇଥିଲେ। ମାତ୍ର ସୂଚନା ପାଇ ପୁଲିସ୍‌ ସେଠାରେ ପହଞ୍ଚିଥିଲା।

ପୁଅର ମୃତ୍ୟୁର କାରଣ କ’ଣ ପରିବାର ଲୋକେ ତାହା ସ୍ପଷ୍ଟ ଭାବେ ପୁଲିସ୍‌କୁ କହି ପାରି ନ ଥିଲେ। ଏହା ଶୁଣି ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଣ୍ଟାବାଞ୍ଜି ହସ୍ପିଟାଲକୁ ଆଣିଛି।

କେମିତି ଓ କ’ଣ ପାଇଁ ବିନୋଦଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ଜଣାପଡିନାହିଁ l ବିନୋଦ ଚନାଗୁନ ଯଦି ଆତ୍ମହତ୍ୟା କରିଥିଲେ, ତା’ହେଲେ ପରିବାର ଲୋକେ କାହିଁକି ଓ କ’ଣ ପାଇଁ ପୁଲିସ କୁ ଖବର ଦେଲେ ନାହିଁ ତାହା ସ୍ପଷ୍ଟ ହୋଇ ପାରି ନାହିଁ।

ଏହି ଘଟଣାରେ ପୁଲିସ୍‌ର ପ୍ରତିକ୍ରିୟା ମିଳି ପାରିନି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି।

Police Deadbody Post Mortem Report