Advertisment

ପୁଲିସର ନାଲି ଆଖିକୁ ଖାତିର କଲେନି; ଭ୍ୟାନ୍ ଆଗରେ ଡିଜେ ବଜାଇଲେ, ବାଣ ଫୁଟାଇଲେ

ପୁଲିସ ଗାଡି ଆସି ଯିବା ସତ୍ତ୍ୱେ ସେଠାରେ ଥିବା ଯୁବବର୍ଗଙ୍କ ମଧ୍ୟରେ କୌଣସି ଡର ଭୟ ଦେଖିବାକୁ ମିଳି ନ ଥିଲା । ବରଂ ସେମାନେ ଜୋର ସାଉଣ୍ଡ ଦେଇ ପୁଲିସ ଆଗରେ ଡିଜେ ଲଗାଇ ଡ୍ୟାନ୍ସ କରିଥିଲେ।

Police Van

Police Van

Advertisment

ପୁଲିସ୍‌ର ନାଲି ଆଖିକୁ ଡରିଲେ ନାହିଁ। ପୁଲିସ୍‌ ଆକଟକୁ ବି ଭୟ କଲେନି । ପୁଲିସ୍‌ ଆଗରେ ଭାଙ୍ଗିଲେ ଶୃଙ୍ଖଳା, ଡେଇଁଲେ ସବୁ ସୀମା। ପୁଲିସ୍‌ର ବାରଣ ସତ୍ତ୍ୱେ ଫୁଟାଇଲେ ବାଣ, ଆଉ ବଜାଇଲେ ଡିଜେ । ପୁଲିସ ଭ୍ୟାନ୍ ଆଗରେ ଡିଜେ ବଜାଇ ନାଚିଲେ । କେବଳ ସେତିକି ନୁହେଁ ପୁଲିସ୍‌ ଗାଡି ପଛରେ ବାଣ ଫୁଟାଇଲେ ଯୁବକ ।

Advertisment

ପୁଲିସ୍‌ ଉପସ୍ଥିତିରେ ଏସବୁ କାଣ୍ଡ ଘଟି ଚାଲିଥିବା ବେଳେ ପୁଲିସ୍‌ ପାଲଟିଥିଲା ଅସହାୟ। ପୁଲିସ୍‌ ଅସହାୟତାର ଏପରି ଦୃଶ୍ୟ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଦେଖିବାକୁ ମିଳିଛି। ୨ଟି ସାହିରେ ଚାଲିଥିବା ପ୍ରୋସେଶନ ବେଳେ ଗଣ୍ଡଗୋଳ ଏଡ଼ାଇବାକୁ ଯାଇ ପୁଲିସ୍‌ ଏପରି ହଟହଟା ହୋଇଛି।

ଖଲ୍ଲିକୋଟରେ ୨ଟି ସାହିର ଦୁର୍ଗା ମେଢ଼ ବିସର୍ଜନ ପାଇଁ ପ୍ରୋଶାସନ ଚାଲିଥିବା ବେଳେ ସେଠାରେ ଜମା ହୋଇଥିଲେ ଅସଂଖ୍ୟ ଲୋକ । ନାଚଗୀତରେ ଫାଟି ପଡ଼ୁଥିଲା ପରିବେଶ । ଝଗଡା ବା ବିଶୃଙ୍ଖଳା ହେବାର ଆଶଙ୍କା କରି ସୁରକ୍ଷା ଦେବାକୁ ଯାଇ ପୁଲିସ ନାକେଦମ ହେଲା ।

Advertisment

ପୁଲିସ ଗାଡି ଆସି ଯିବା ସତ୍ତ୍ୱେ ସେଠାରେ ଥିବା ଯୁବବର୍ଗଙ୍କ ମଧ୍ୟରେ କୌଣସି ଡର ଭୟ ଦେଖିବାକୁ ମିଳି ନ ଥିଲା । ବରଂ ସେମାନେ ଜୋର ସାଉଣ୍ଡ ଦେଇ ପୁଲିସ ଆଗରେ ଡିଜେ ଲଗାଇ ଡ୍ୟାନ୍ସ କରିଥିଲେ। ଏଥିସହ ପୁଲିସ ଭ୍ୟାନ ପଛ ପଟେ ବାଣ ଲଗେଇଦେଲେ ଯୁବକ । ଦୁଇ ଗୋଷ୍ଠୀଙ୍କ ମେଢ଼ ଭିତରେ ଦୀର୍ଘ ସମୟ ଧରି ଫସି ଯାଇଥିଲେ ପୁଲିସ ଓ ପୁଲିସ ଗାଡି l ଏମିତି କି ପୁଲିସ କର୍ମଚାରୀଙ୍କ ଗୋଡ଼ ତଳେ ମଧ୍ୟ ବାଣ ଫୁଟା ଯାଇଥିବା ଭିଡିଓରେ ଜଣା ପଡୁଛି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଖଲ୍ଲିକୋଟ ପୁଲିସ ଅଧିକାରୀ ସମସ୍ତଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କେହି ପୁଲିସକୁ ଖାତିର କରି ନ ଥିଲେ କି ବାଟ ଛାଡ଼ଇ ନ ଥିଲେ l ଓଲଟା ଉଚ୍ଚ ଶବ୍ଦ କରି ସହର ମଝିରେ ଡ୍ୟାନ୍ସ କରିଥିଲେ l କିନ୍ତୁ ପୁଲିସ ନିରବ ରହିବା ସହ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟ୍ୟନୁଷ୍ଠାନ ନେଇନାହିଁ l 

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe