Advertisment

କଳି ହେଲା କାଳ; ପୁଲିସ୍‌ କର୍ମୀଙ୍କୁ ଫାୟାରିଂ କଲେ ପତ୍ନୀ

ନିଜ ହାତରେ ନିଜ ସିନ୍ଦୂର ପୋଛିଦେଲେ ଜିଆରପି କର୍ମଚାରୀଙ୍କ ପତ୍ନୀ। ସ୍ୱାମୀଙ୍କ ରିଭଲଭରରୁ ଗୁଳି କରି ତାଙ୍କ ଜୀବନ ନେଇଗଲେ।

ଅଦ୍ୟତନ ହୋଇଛି
Firing

Firing

Advertisment

ଜମି ଲୋଭ କାଳ ହେଲା। ନିଜ ହାତରେ ନିଜ ସିନ୍ଦୂର ପୋଛିଦେଲେ ଜିଆରପି କର୍ମଚାରୀଙ୍କ ପତ୍ନୀ। ସ୍ୱାମୀଙ୍କ ରିଭଲଭରରୁ ଗୁଳି କରି ତାଙ୍କ ଜୀବନ ନେଇଗଲେ। ଏପରି ଏକ ଲୋମଟାଙ୍କୁରା ଘଟଣା ହରିୟାଣାର ଗୁରଗ୍ରାମରେ ଘଟିଛି।

Advertisment

ମୃତକ ହେଲେ ରାଜକୀୟ ରେଲୱେ ପୁଲିସ୍‌ର ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ରାଜବୀର। ସ୍ୱାମୀଙ୍କୁ ହତ୍ୟା ଘଟଣାରେ ପୁଲିସ୍‌ ତାଙ୍କ ପତ୍ନୀ ସରିତାଙ୍କୁ ବାନ୍ଧିଛି। ସରିତା ଦିଲ୍ଲୀ ପୁଲିସ୍‌ରେ କନଷ୍ଟେବଳ ଚାକିରି କରିଛନ୍ତି।

ରାଜବୀର ପରିବାର ସହ ଗୁରୁଗ୍ରାମସ୍ଥିତ ନିଜ ଘରେ ରୁହନ୍ତି। ଗୁରୁବାର ଭୋର ପ୍ରାୟ ୫ଟା ସମୟରେ ହଠାତ୍‌ ରାଜବୀର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଉକ୍ତ ସମୟରେ ରାଜବୀର ନିଶାସକ୍ତ ଅବସ୍ଥାରେ ଥିବା ବେଳେ ସରିତା ତାଙ୍କୁ ଗୁଳି କରି ଦେଇଥିଲେ। ଏଥିରେ ସରିତା ବି ଆହତ ହୋଇଥିଲେ।

Advertisment

ଗୁଳି ଶବ୍ଦ ଶୁଣି ରାଜବୀରଙ୍କ ପୁଅ ତୁରନ୍ତ ଘଟଣାସ୍ଥଳକୁ ଯାଇ ବାପାମା’ଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ରାଜବୀରଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସରିତା ସୁସ୍ଥ ଥିବା ବେଳେ ପୁଲିସ୍‌ ପହଞ୍ଚି ତାଙ୍କୁ ବାନ୍ଧିଥିବା ଜଣାଯାଇଛି।

ପୁଅ ବୋହୂଙ୍କ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ରାଜବୀର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

କିନ୍ତୁ ରାଜବୀରଙ୍କ ବଡ଼ଭାଇ ତାଙ୍କ ମୃତ୍ୟୁ ପାଇଁ ରାଜବୀରଙ୍କ ପତ୍ନୀ ଓ ପୁଅଙ୍କୁ ଦାୟୀ କରିଛନ୍ତି। ଏପରିକି ଗାଁରେ ଥିବା ଜମି ନିଜ ନାମରେ କରାଇ ନେବା ପାଇଁ ଉଭୟ ତାଙ୍କ ଉପରେ ପ୍ରବଳ ଚାପ ପ୍ରୟୋଗ କରୁଥିବା କହିଛନ୍ତି। ଏଥିନିମନ୍ତେ ସେ ପୁଲିସ୍‌ ନିକଟରେ ଉଭୟଙ୍କ ନାଁରେ ଅଭିଯୋଗ କରିଛନ୍ତି।

ପୁଲିସ୍‌ ସରିତାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ପୁଅ ୟଶଙ୍କ ବିରୋଧରେ ବି ମାମଲା ରୁଜୁ କରିଛି। ଏଥିସହ ପୁଲିସ୍‌ ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ କରିଛି।

Murder Police Haryana News Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe