ସୁଶାନ୍ତଙ୍କୁ ଡରୁଛି ପୁଲିସ ! | Odisha Reporter
ବରଗଡ଼ ଜିଲ୍ଲାର ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାର ୨ଦିନ ବିତିଲାଣି । ପଶ୍ଚିମଓଡ଼ିଶା ସମେତ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । କିନ୍ତୁ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀଙ୍କ ପାଖରେ ଏନେଇ କିଛି ଖବର ନାହିଁ । ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଅମ୍ବାଭୋନା ଥାନା ଭଙ୍ଗାରୁଜା ଖବର ତାଙ୍କ ପାଖକୁ ଆସିନି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଗଣମାଧ୍ୟମକୁ ବୟାନ ଦେଇଛନ୍ତି । ରବିବାରଠୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ମଧ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପାଖରେ ଖବର ନରହିବା ପରୋକ୍ଷରେ ରାଜ୍ୟରେ ପୁଲିସ ପ୍ରଶାସନ କାହା ହାତରେ ତାକୁ ନେଇ ପ୍ରଶ୍ନ ଉଠିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
