Advertisment

ଘରପୋଡ଼ିରୁ ତୁମୁଳକାଣ୍ଡ; ଭଙ୍ଗାରୁଜା, ୩ ଅଟକ

ଆଜି ସକାଳେ ଗୋବିନ୍ଦପୁର ଗାଁର ଲୋକମାନେ ବାରମାଣିଆ ଗାଁରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଭଙ୍ଗା ରୁଜା କରିଥିଲେ। ସେଠାରେ ଥିବା ଗୋଟିଏ ସ୍କୋର୍ପିଓ, ଗୋଟିଏ କାର, ଦୁଇଟି ମୋଟର ସାଇକେଲ ଓ ଗୋଟିଏ ଓଲା ସ୍କୁଟି ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି।

Bhadrak

Bhadrak

Advertisment

ରାଜନୈତିକ ଶତ୍ରୁତାର ଘର ପୋଡ଼ି। ଆଉ ତା’ପରେ ହୋଇଛି ତୁମୁଳକାଣ୍ଡ। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ଘରେ ପଶି ଭଙ୍ଗାରୁଜା ଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଘଟିଛି। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ରବିବାର ବିଳମ୍ୱିତ ରାତିରେ କେତେକ ଦୁର୍ବୃତ୍ତ ବନ୍ତ ତହସିଲ ଗୋବିନ୍ଦପୁର ବଜାରରେ ଥିବା ସତ୍ୟବ୍ରତ ସାହୁଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଜଳୁଥିବା ଦେଖି ପଡ଼ୋଶୀମାନେ ତାଙ୍କୁ ଡାକିଥିଲେ। ଗାଁ ଲୋକଙ୍କ ଡାକରା ଶୁଣି ସତ୍ୟବ୍ରତ ଓ ତାଙ୍କ ପରିବାର ଲୋକେ ଜୀବନ ବିକଳରେ ଘରୁ ବାହାରକୁ ପଳାଇ ଆସିଥିଲେ। ନିଜ ଆଖି ଆଗରେ ଘର ପୋଡ଼ି ଯାଉଥିବା ଦେଖିଥିଲେ ସତ୍ୟବ୍ରତ। ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁ ଆୟତ୍ତ କରିଥିଲେ। ଏହି ନିଆଁ ବାରମାଣିଆ ଗାଁର ଗୋଟିଏ ପରିବାର ଲଗାଇଥିବା ସନ୍ଦେହ କରିଥିଲେ।

ଆଜି ସକାଳେ ଗୋବିନ୍ଦପୁର ଗାଁର ଲୋକମାନେ ବାରମାଣିଆ ଗାଁରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଭଙ୍ଗା ରୁଜା କରିଥିଲେ। ସେଠାରେ ଥିବା ଗୋଟିଏ ସ୍କୋର୍ପିଓ, ଗୋଟିଏ କାର, ଦୁଇଟି ମୋଟର ସାଇକେଲ ଓ ଗୋଟିଏ ଓଲା ସ୍କୁଟି ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ଏପରିକି ପରିବାର ଲୋକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ସ୍ଥିତି ଏପରି ହୋଇଥିଲା ଯେ ଶେଷରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଗାଁରେ ପହଞ୍ଚି ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ଏଥିସହ ଆହତ ହୋଇଥିବା ଜଣେ ମହିଳାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲା ପୁଲିସ୍‌। ରାଜନୈତିକ ଶତ୍ରୁତାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

Crime Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe