Advertisment

ରାଜନୀତିକ ଆକ୍ରୋଶ ରଖି ଆକ୍ରମଣ, ୪ ଗୁରୁତର

ଦୁଇ ନାବାଳିକାଙ୍କୁ ମଧ୍ୟ ମାଡ଼ ମରାଯାଇଛି।

ଅଦ୍ୟତନ ହୋଇଛି
police station

police station

Advertisment

ରାଜନୀତିକ ଆକ୍ରୋଶ ରଖି ଆକ୍ରମଣ। ନାବାଳିକାଙ୍କୁ ବି ଛାଡ଼ିଲେନି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଗୁଆଗଡ଼ିଆ ପଞ୍ଚାୟତର ଚିରଳ ଗାଁରେ। ଏହି ଆକ୍ରମଣରେ ଗୋଟିଏ ପରିବାରର ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ସମସ୍ତ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Advertisment

ସୂଚନା ଅନୁସାରେ, ଚିରଳ ଗାଁର ଉପେନ୍ଦ୍ର ମଳିକଙ୍କ ପରିବାରର ସମସ୍ତ ସଦସ୍ୟ ବିଜେପିରେ ମିଶିବାକୁ ମନସ୍ଥ କରିଥିଲେ। ସେଥିପାଇଁ ଗୁରୁବାର (ଗତକାଲି) ରାତିରେ ବିଜେପିର ସ୍ଥାନୀୟ କେତେ ଜଣ କର୍ମକର୍ତ୍ତାଙ୍କୁ ଘରକୁ ଡାକି ସେମାନେ ଆଲୋଚନା କରିଥିଲେ। ଆଲୋଚନା ପରେ ବିଜେପିର କର୍ମକର୍ତ୍ତା ଗଲା ପରେ କିଛି ଲୋକ ହଠାତ ଉପେନ୍ଦ୍ରଙ୍କ ଘର ଭିତରକୁ ପଶି ଆସି ମାରପିଟ କରିଥିଲେ।

ଉପେନ୍ଦ୍ର ଓ ତାଙ୍କ ପରିବାରର ଲୋକଙ୍କୁ ମାଡ଼ ମାରିବା ହେବା ବେଳେ ଆକ୍ରମଣକାରୀମାନେ ଘରର ଦୁଇ ନାବାଳିକାଙ୍କୁ ମଧ୍ୟ ଛାଡ଼ି ନଥିଲେ। ସେମାନେ ଦୁଇ ନାବାଳିକାଙ୍କୁ ମାଡ଼ ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଆକ୍ରମଣରେ ଉପେନ୍ଦ୍ର ମଳିକଙ୍କ ସମେତ ତାଙ୍କ ପରିବାରର ୭ ଜଣ ସଦସ୍ୟ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିଲେ। ସ୍ଥାନୀ ଲୋକେ ପରିବାରର ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୁଦେବପୁର ଡାକ୍ତରଖାନାକୁ ପଠାଇଥିଲେ। ସେଠାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। 

Advertisment

ଏହି ଘଟଣାକୁ ନେଇ ଆଜି ସକାଳେ ଉପେନ୍ଦ୍ର ମଳିକଙ୍କ ସହ ତାଙ୍କ ପରିବାରର କିଛି ସଦଦ୍ୟ ବାସୁଦେବପୁର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି ବୋଲି କହିଛନ୍ତି ବାସୁଦେବପୁର ଥାନା ଅଧିକାରୀ ଲୋପାମୁଦ୍ରା ନାୟକ।

ଉପେନ୍ଦ୍ର ମଳିକଙ୍କ ପରିବାରର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମଳିକ କହିଛନ୍ତି, ଆମେ କଂଗ୍ରେସରେ ଥିଲୁ। ଏବେ ଆମ ପରିବାର ବିଜେପିରେ ମିଶିବା ପାଇଁ ମନସ୍ଥ କରିଥିଲା। ସେଥିପାଇଁ କିଛି ଲୋକ ଆମକୁ ମରଣାନ୍ତାକ ଆକ୍ରମଣ କରିଛନ୍ତି। ଏବେ ବି ସେମାନେ ଆମକୁ ମାରିବା ପାଇଁ ଖୋଜୁଛନ୍ତି। ଆମକୁ ଭୟ ଲାଗୁଛି। 

ରିପୋର୍ଟ – ବାସୁଦେବପୁରରୁ ସୁର୍ଯ୍ୟଦେବ ବିଶ୍ୱାଳ

Minor Attacked Political News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe