Advertisment

୧୬ ବର୍ଷର ବାଳକଙ୍କୁ ବାରମ୍ବାର ଦୁଷ୍କର୍ମ: ଅଭିଯୁକ୍ତଙ୍କ ମଧ୍ୟରେ ରାଜନେତା, ଫୁଟବଲ କୋଚ ଓ ସରକାରୀ କର୍ମଚାରୀ

ଆପ୍‌ ଡାଉନଲୋଡ କରିବା ପରେ ତା’ ସହ କିଛି ଲୋକ ବନ୍ଧୁତା ସ୍ଥାପନ କରିଥିଲେ। ପ୍ରାୟ ୨ ବର୍ଷ ହେବ ୧୬ ଜଣ ଲୋକ ତା’କୁ ନିର୍ଯାତନା ଦେଇ ଚାଲିଥିଲେ।

author-image
Hemant Lenka
Raping Kerala Boy

Raping Kerala Boy

ସାମ୍ନାକୁ ଆସିଛି ସାଂଘାତିକ ଘଟଣା। ଜଣେ ୧୬ ବର୍ଷର ବାଳକଙ୍କୁ ବାରମ୍ବାର ଦିଆଯାଇଛି ଯୌନ ନିର୍ଯାତନା। ବାରମ୍ବାର ପିଲାଟିକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ରାଜନେତା, ୨ ଜଣ ସରକାରୀ କର୍ମଚାରୀ ଓ ଜଣେ ଫୁଟବଲ କୋଚ ରହିଛନ୍ତି।

Advertisment

କେରଳ ପୁଲିସ୍‌ ବାଳକଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଘଟଣାରେ ୯ ଜଣଙ୍କୁ ଗିରଫ କରିଛି। ଆହୁରି ୭ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି। ଗୋଟିଏ ସମଲିଙ୍ଗୀ ବା ଗେ ଡେଟିଂ ଆପରେ ସନ୍ଦିଗ୍ଧମାନେ ପିଲାଟି ସହ ବନ୍ଧୁତା ସ୍ଥାପନ କରି ତାଙ୍କ ସହ ଏପରି ଜଘନ୍ୟକାଣ୍ଡ ଘଟାଇ ଚାଲିଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

ଘଟଣା ସମ୍ପର୍କରେ କାସରଗଡ ପୁଲିସ୍‌ ମୁଖ୍ୟ ବିଜୟ ଭାରତ ରେଡ୍ଡୀ କହିଛନ୍ତି ଯେ ପୀଡ଼ିତର ବୟସ ୧୬ ବର୍ଷ ହୋଇଥିବା ବେଳେ ସେ ୧୦ମ ଶ୍ରେଣୀରେ ପାଠପଢ଼େ। ପ୍ରାୟ ୨ ବର୍ଷ ତଳେ ପିଲାଟି ଗେ ଡେଟିଂ ଆପ୍‌କୁ ଡାଉନଲୋଡ କରିଥିବା ଜଣାପଡ଼ିଛି। ଆପ୍‌ ଡାଉନଲୋଡ କରିବା ପରେ ତା’ ସହ କିଛି ଲୋକ ବନ୍ଧୁତା ସ୍ଥାପନ କରିଥିଲେ। ପ୍ରାୟ ୨ ବର୍ଷ ହେବ ୧୬ ଜଣ ଲୋକ ତା’କୁ ନିର୍ଯାତନା ଦେଇ ଚାଲିଥିଲେ। କାରସରଗଡ଼, କନ୍ନୁର, କୋଝିକୋଡ ଓ ଏର୍ଣ୍ଣାକୁଲମର ରହୁଥିବା ୧୪ ଜଣ ଲୋକ ଏପରି କାଣ୍ଡ ଘଟାଇଛନ୍ତି।

Advertisment

ବିଭିନ୍ନ ଜିଲ୍ଲା ଓ ପିଲାଟିର ଘରେ ତା’କୁ ଯୌନ ନିର୍ଯାତନା ଦିଆଯାଇଛି। ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପିଲାଟିର ମା’ ଘରକୁ ଫେରିଲା ବେଳକୁ ଜଣେ ବୟସ୍କ ବ୍ୟକ୍ତି ତରବରିଆ ଭାବେ ସେଠାରୁ ଚାଲି ଯାଉଥିବା ଦେଖିବାକୁ ପାଇଥିଲେ। ସେ ସନ୍ଦେହ କରି ନିଜର ପୁଅକୁ ବାରମ୍ବାର ପ୍ରଶ୍ନ କରିଥିଲେ। ପିଲାଟି ଏହାପରେ ତା’ ସହ ଘଟିଥିବା ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲା।

ପୁଅ ଠାରୁ ସବୁ କିଛି ଶୁଣିବା ପରେ ମା’ ଜଣଙ୍କ ତୁରନ୍ତ ଶିଶୁ ସହାୟତା କେନ୍ଦ୍ରକୁ ଯୋଗାଯୋଗ କରିଥିଲେ। ଏହାପରେ ପୁଲିସ ପାଖରେ ଖବର ପହଞ୍ଚିଥିଲା ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି।

ପୀଡ଼ିତଙ୍କ ବୟାନ ଆଧାରରେ ପୁଲିସ୍‌ ପୋକସୋ ଆଇନ ୨୦୧୨ ଅନୁସାରେ ମୋଟ ୧୬ ଜଣଙ୍କ ବିରୋଧରେ ୧୪ଟି ମାମଲା ରୁଜୁ କରିଥିଲା। ୧୪ଟି ମାମଲାରୁ ୮ଟି ତଦନ୍ତ କରିବାକୁ କାସରଗଡ଼ ପୁଲିସ୍‌ ଜଣେ ଡିଏସ୍‌ପି ଓ ୪ ଜଣ ଇନସପେକ୍ଟରଙ୍କୁ ନେଇ ଏସ୍‌ଆଇଟି ଗଠନ କରିଛି। ବାକି ୬ଟି ମାମଲାକୁ କୋଝିକୋଡ ଓ କନ୍ନୁର ଜିଲ୍ଲାକୁ ତଦନ୍ତ ପାଇଁ ପଠାଇ ଦେଇଛି।

କାସରଗଡ଼ ପୁଲିସ୍‌ ୯ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ବୟସ ୨୫ରୁ ୫୧ ବର୍ଷ। ସେମାନଙ୍କ ମଧ୍ୟରେ ଜଣେ ରେଳବାଇ କର୍ମଚାରୀ ମଧ୍ୟ ରହିଛନ୍ତି। ପୁଲିସ୍‌ ଆପ୍‌ର ଯାଞ୍ଚ ମଧ୍ୟ କରୁଛି।

Kerala Stop Rape