Advertisment

ଭରତପୁର ଥାନା କାଣ୍ଡ: ନିଲମ୍ବିତ ଆଇଆଇସିଙ୍କର ହୋଇପାରେ ପଲିଗ୍ରାଫ ଟେଷ୍ଟ

ଦୀନକୃଷ୍ଣଙ୍କର ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ।

ଅଦ୍ୟତନ ହୋଇଛି
Suspend iic

Suspend iic

Advertisment

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହୋଇପାରେ ପଲିଗ୍ରାଫ ଟେଷ୍ଟ।ଏଥିପାଇଁ ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇଛନ୍ତି ଦୀନକୃଷ୍ଣ। ଏଥିସହ ସେ ସମସ୍ତ ପ୍ରକାର ଟେଷ୍ଟ ପାଇଁ ସହମତି ପ୍ରକାଶ କରିଛନ୍ତି। 

Advertisment

କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦୀନକୃଷ୍ଣଙ୍କର ପଲିଗ୍ରାଫ ଟେଷ୍ଟ ହେବ ବୋଲି ଜଣାଯାଇଛି। ଦୀନକୃଷ୍ଣ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗ କେତେ ସତ କେତେ ମିଛ ପଲିଗ୍ରାଫ ଟେଷ୍ଟ ପରେ ସବୁ ପ୍ରମାଣିତ ହେବ ବୋଲି ଜଣାଯାଇଛି।

ଦୀନକୃଷ୍ଣଙ୍କର ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ଦୀନକୃଷ୍ଣ ଟେଷ୍ଟ ପାଇଁ ସହମତି ପ୍ରକାଶ କରିବା ପରେ ଆଜି ତାଙ୍କୁ  ଭୁବନେଶ୍ୱର SDJM କୋର୍ଟରେ ହାଜର କରାଯାଇଛି। 

Advertisment

ଗତ ୧୫ ତାରିଖ ରାତିରେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ପୁଲିସ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଇଆଇସି ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି। 

IIC Polygraphy Test Bharatpur Police Station
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe