Advertisment

ଅଭିନବ ଚୋରି, ରାତାରାତି ଗାଏବ୍‌ ହୋଇଗଲା ପୋଖରୀ

ଚୋରମାନେ ଅନ୍ଧାର ରାତିର ସାହାରା ନେଇ ପୋଖରୀକୁ ପୋତି ଦେଇ ସେଠାରେ କୁଡିଆ ଘରଟିଏ ତିଆରି କରି ଦେଇଛନ୍ତି।

Pond 'stolen'

Pond 'stolen'

Advertisment

୬୦ ଫୁଟ ଲମ୍ବ ଓଭର ବ୍ରିଜ, ଟ୍ରେନ୍‌ ଇଞ୍ଜିନ ପରେ ଏବେ ପୋଖରୀକୁ ବି ଛାଡ଼ିଲେନି ଚୋର। ରାତାରାତି ଗାଏବ ହୋଇଗଲା ପୋଖରୀ। ଜମି ମାଫିଆମାନେ ପୁଲିସ ପହଞ୍ଚିବା ଆଗରୁ ପୋଖରୀକୁ ଚୋରି କରି ନେଲେ। ଏଭଳି କିଛି ଅଭିନବ ଚୋରି ଘଟଣା ଘଟିଛି ବିହାରର ଦରଭଙ୍ଗା ଅଞ୍ଚଳରେ।

Advertisment

ବିହାର ଦରଭଙ୍ଗ ବିଶ୍ୱବିଦ୍ୟାଳୟ ଥାନାର ଓ୍ୱାର୍ଡ ନମ୍ବର-୪। ଏଠାରେ ସର୍ବସାଧାରଣଙ୍କ ପାଇଁ ଏକ ସୁନ୍ଦର ପୋଖରୀ ତିଆରି ହୋଇଥିଲା। ତେବେ ଏହି ପୋଖରୀ ଉପରେ ଜମି ମାଫିଆଙ୍କ ପଡିଥିଲା ଲୋଲୁପ ଦୃଷ୍ଟି। ରାତାରାତି ଜମି ମାଫିଆମାନେ ଏହି ପୋଖରୀକୁ ଗାଏବ କରିଦେଇଥିଲେ। ଏଥିରେ ମାଟି ଭରି ସେ ଜାଗାରେ କୁଡ଼ିଆଟିଏ ତିଆରି କରିଦେଇଥିଲେ। ତେବେ ଏନେଇ ସେଠାକାର ଲୋକେ ପୁଲିସକୁ ଖବର ଦେଇଥିଲେ। ତେବେ ପୁଲିସ ପହଞ୍ଚିବା ପୂର୍ବରୁ ଜମି ମାଫିଆମାନେ ଫେରାର୍‌ ହୋଇଯାଇଥିବା ସୂଚନା ମିଳିଛି।

ରିପୋର୍ଟ ମୁତାବକ, ସେଠାକାର ସ୍ଥାନୀୟ ଲୋକେ ପୋଖରୀ ସ୍ଥାନରେ କୁଡ଼ିଆ ଦେଖି ଆଚମ୍ବିତ ହୋଇଯାଇଥିଲେ। ଏନେଇ ସେମାନେ ତୁରନ୍ତ ଏ ବିଷୟରେ ପୁଲିସକୁ ଖବର ଦେଇଥିଲେ। କିନ୍ତୁ, ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ଆଗରୁ ପୋଖରୀ ପୋତି କୁଡ଼ିଆ ନିର୍ମାଣ କରିଥିବା ଅଭିଯୁକ୍ତମାନେ ଖସି ପଳାଇଥିଲେ।

Advertisment

ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ଉକ୍ତ ପୋଖରୀଟି ସର୍ବସାଧାରଣଙ୍କ ସମ୍ପତ୍ତି ଥିଲା। ସେଥିରେ ମାଛଚାଷ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଉଥିଲା। କିନ୍ତୁ, ଦରଭଙ୍ଗାରେ ଜମି ଦର ବୃଦ୍ଧି ପାଉଥିବାରୁ ଏହାଉପରେ ଜମି ମାଫିଆମାନଙ୍କ ନଜର ପଡିଥିଲା। ସେମାନେ ଉକ୍ତ ପୋଖରୀକୁ ପୋତିବା ଆରମ୍ଭ କରିଥିଲେ। ଏନେଇ ସ୍ଥାନୀୟ ବାସିନ୍ଦାମାନେ ପ୍ରଥମେ ସରକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ସରକାରୀ ଅଧିକାରୀମାନେ କିଛି ସାମଗ୍ରୀ ଜବତ କରି ପୋଖରୀ ପୋତା କାମ ବନ୍ଦ କରିଥିଲେ। କିନ୍ତୁ, ସୁଧୁରିନଥିଲେ ମାଫିଆମାନେ। ଅନ୍ଧାର ରାତିର ସାହାରା ନେଇ ପୋଖରୀକୁ ପୋତି ଦେଇ ସେଠାରେ କୁଡିଆ ଘରଟିଏ ତିଆରି କରି ଦେଇଥିଲେ।

୧୦ ରୁ ୧୫ ଦିନ ଭିତରେ ମାଟି ପକାଇ ଉକ୍ତ ପୋଖରୀ ପୋତାଯାଇଛି। ପୋତା କାମ କେବଳ ରାତିରେ କରାଯାଉଥିଲା ବୋଲି ଏସ୍‌ଡିପିଓ ଅମିତ କୁମାର କହିଛନ୍ତି। ଏନେଇ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି। ଜମି ମାଫିଆମାନଙ୍କୁ ଖୋଜା ଚାଲିଛି।

Pond Stolen Bihar Bihar Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe