Advertisment

ରିଜର୍ଭ ବ୍ୟାଙ୍କ ଆଗରେ ଉଡ଼ିଲା ଟଙ୍କା, ପହଞ୍ଚିଲା ପୁଲିସ୍‌

ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖରେ ଆଜି ଦେଖିବାକୁ ମିଳିଛି ଏଭଳି ବିଚିତ୍ର ଚିତ୍ର । ଭୁବନେଶ୍ୱର ରାଜରାସ୍ତାରେ ଉଡ଼ିଲା ଚିରାଫଟା ୫ ଶହ, ୨ ଶହ ଓ ଶହେ ଟଙ୍କିଆ ନୋଟ୍‌ ।

author-image
Niharika Rout
Reserve Bank

Reserve Bank

ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଉଡ଼ିଲା ଟଙ୍କା। ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖରେ ଆଜି ଦେଖିବାକୁ ମିଳିଛି ଏଭଳି ବିଚିତ୍ର ଚିତ୍ର । ଭୁବନେଶ୍ୱର ରାଜରାସ୍ତାରେ ଉଡ଼ିଲା ଚିରାଫଟା ୫ ଶହ, ୨ ଶହ ଓ ଶହେ ଟଙ୍କିଆ ନୋଟ୍‌ ।

Advertisment

ରିଜର୍ଭ ବ୍ୟାଙ୍କକୁ ଚିରାଫଟା ନୋଟ୍‌ ବଦଳ ପାଇଁ ଆସିଥିବା ସାଧାରଣ ଲୋକେ ନିରାଶ ହୋଇ ଏପରି କାଣ୍ଡ ଘଟାଇଥିବା ଜଣାଯାଇଛି। ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ନୋଟ୍‌ ଗ୍ରହଣ କରିବାକୁ ମନା କରିବାକୁ ଅସନ୍ତୁଷ୍ଟ ଲୋକେ ଏପରି କରିଥିବା ଜଣାଯାଇଛି।

ବ୍ୟାଙ୍କକୁ ନୋଟ ବଦଳାଇବାକୁ ଯାଇଥିବା ଦିନେଶ କୁମାର ସାହୁ ନାମକ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ, ଆଜି କିଛି ଗ୍ରାହକ ବ୍ୟାଙ୍କକୁ ନିଜ ପାଖରେ ଥିବା ଚିରାଫଟା ନୋଟ ବଦଳାଇବାକୁ ଯାଇ ଲାଇନ୍‌ରେ ଛିଡ଼ା ହୋଇଥିଲେ। ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ନୋଟ୍‌କୁ ଗ୍ରହଣ ନ କରିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ଏନେଇ ପଚାରିବାରୁ ଗତ ୩ ତାରିଖରୁ ପୁରୁଣା ନୋଟ୍‌ ବଦଳ କାଉଣ୍ଟର ବନ୍ଦ ଥିବା କର୍ତ୍ତୃପକ୍ଷ କହିଛନ୍ତି। ତେବେ ଏନେଇ ଲିଖିତ ଭାବେ କିଛି ବାହାରି ନ ଥିବା ବେଳେ ଗଣମାଧ୍ୟମରେ ବି ଏ ସଂକ୍ରାନ୍ତୀୟ ଖବର ପ୍ରକାଶିତ ହୋଇନି। ତେଣୁ ପ୍ରତିଦିନ ୨ଶହରୁ ୩ ଶହ ଲୋକ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଫେରୁଛନ୍ତି।

ଖାରବେଳ ନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାହକଙ୍କୁ ବୁଝାସୁଝା କରିଥିଲା। ତେବେ ଚିରା ଫଟା ନୋଟ ବଦଳାଇବା ବ୍ୟବସ୍ଥା ଥିବାବେଳେ ବ୍ୟାଙ୍କ କର୍ମଚାରୀ କାହିଁକି ଗ୍ରହଣ କରିବାକୁ ମନା କରୁଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗିଛି।

ରିଜର୍ଭ ବ୍ୟାଙ୍କ ଅଧିକାରୀଙ୍କ ଏପରି ମନମାନୀ ବିରୋଧରେ ଡିଜି ଅଫିସରେ ଲିଖିତ ଅଭିଯୋଗ କରିବୁ। ଏହାପରେ ଖୁବ୍‌ ଶୀଘ୍ର ଆନ୍ଦୋଳନ କରିବୁ । ରିଜର୍ଭ ବ୍ୟାଙ୍କରେ କର୍ମଚାରୀଙ୍କୁ ପ୍ରବେଶ କରାଇ ଦେବୁନି ବୋଲି ଦିନେଶ କୁମାର ସାହୁ ଚେତାବନୀ ଦିଆଯାଇଛି। ହେଲେ ଏନେଇ ଆରବିଆଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Bhubaneswar