Advertisment

ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜଳିଯିବା ଘଟଣା; ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ସକାଳ ୭ଟା ୪୦ରେ ଝିଅର ବାପାମା’ ଘରୁ ବାହାରକୁ ଯାଇଥିଲେ। ଦିନ ୧୧ଟା ୩୦ରେ ସେମାନେ ଘରକୁ ଫେରିଥିଲେ।

Dead Student and SP

Dead Student and SP

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ନିଆଁରେ ଜଳି ଜଣେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଙ୍କ ମୃତ୍ୟୁ ଘଟଣାର ୧୩ ଦିନ ପରେ ଆଜି ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଏଥିରେ କୁହାଯାଇଛି। କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟାରିଆ ଏହି ସୂଚନା ଦେଇଛନ୍ତି।

Advertisment

ଏସ୍‌ପି କହିଛନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ନିଆଁରେ ପୋଡ଼ି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଶରୀରର ୯୫% ପୋଡ଼ି ଯାଇଥିଲା। ତାଙ୍କ ଶରୀରରେ ଅନ୍ୟ କୌଣସି ପ୍ରକାର କ୍ଷତ ନଥିଲା। ତାଙ୍କ ଶରୀରରୁ ବିଷ ମଧ୍ୟ ମିଳିନାହିଁ।

ସେ କହିଛନ୍ତି, ଆମ ପାଖରେ ସିସିଟିଭି ଫୁଟେଜ ଅଛି। ସକାଳ ୭ଟା ୪୦ରେ ଝିଅର ବାପାମା’ ଘରୁ ବାହାରକୁ ଯାଇଥିଲେ। ଦିନ ୧୧ଟା ୩୦ରେ ସେମାନେ ଘରକୁ ଫେରିଥିଲେ। ମୃତ ଛାତ୍ରୀଙ୍କ ମୋବାଇଲ ଫୋନ୍‌ର କଲ୍‌ ରେକର୍ଡ ଯାଞ୍ଚ କରାଯାଇଥିଲା। ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସେ ଫୋନ୍‌ରେ କଥାବାର୍ତ୍ତା ହୋଇଥିଲେ। ସାଢ଼େ ୮ଟାରୁ ୧୧ ମଧ୍ୟରେ ସେ ସୁଇସାଇଡ୍ କରିଛନ୍ତି।

Advertisment

ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତଦେହକୁ ଅଣ୍ଟା ପାଖରୁ ବନ୍ଧା ଯାଇଥିବା ବେଳେ ସେ ବସିବା ମୁଦ୍ରାରେ ଥିବା ଲୋକମାନେ ଦେଖିବାକୁ ପାଇଥିବା ବେଳେ ଏସ୍‌ପି କହିଛନ୍ତି ସେଥିପାଇଁ ସେ ଏଫଏମ୍‌ଟି ଡାକ୍ତରଙ୍କୁ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବାକୁ କହିଥିଲେ। ହେଲେ ସବୁ ଯାଞ୍ଚ ପରେ ସେମାନେ ଆତ୍ମହତ୍ୟା ରିପୋର୍ଟ ଦେଇଛନ୍ତି ବୋଲି ଏସ୍‌ପି କହିଛନ୍ତି। ତେବେ ଘଟଣାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି। ବିଶେଷ କରି ମୃତ ଛାତ୍ରୀ ପେଟ୍ରୋଲ କେଉଁଠାରୁ ଆଣିଲେ, ସେ ନେଇ ତଦନ୍ତ ହେବ। ତା’ ସହିତ ଭିଡିଓ ଭାଇରାଲ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ଏହି ମାମଲାରେ ଏପର୍ଯ୍ୟନ୍ତ ଜଣେ ମାତ୍ର ଅଭିଯୁକ୍ତ ଅଛନ୍ତି। ସେ ହେଉଛନ୍ତି ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରା, ଯାହାଙ୍କ ସହିତ ତାଙ୍କର ବ୍ରେକ୍‌ ଅପ୍ ହୋଇଯାଇଥିଲା। ତେବେ ତା’ପରେ ସେ ତାଙ୍କର (ମୃତ ଛାତ୍ରୀଙ୍କର) କିଛି ଅଶ୍ଲୀଳ ଫଟୋ ଓ ଭିଡିଓ ରଖି ତାଙ୍କୁ ଧମକଚମକ ଦେଉଥିଲେ। ଏମିତିକି ଗୋଟିଏ ଅଶ୍ଳୀଳ ଭିଡିଓ ଭାଇରାଲ ମଧ୍ୟ କରିଥିଲେ। ପ୍ରମୋଦ ବେହେରାଙ୍କ ମାନସିକ ନିର୍ଯାତନା ସହି ନପାରି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ଘଟଣା ଦିନ ତାଙ୍କ ବାପା କହିଥିଲେ। ପରବର୍ତ୍ତୀ ସମୟରେ ସେ ତାଙ୍କ ଏଫଆଇଆରରେ ମଧ୍ୟ ଏହି କଥା ଉଲ୍ଲେଖ କରିଥିଲେ। ପ୍ରମୋଦ ବେହେରାଙ୍କୁ ପୁଲିସ ଚେନ୍ନାଇରୁ ଗିରିଫ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe