Advertisment

ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ଲାଗିଲା ବର୍ଷେ

କ୍ରାଇମବ୍ରାଞ୍ଚ ଆଇଜି ଲେଖିଥିବା ଚିଠିରେ ଦର୍ଶାଯାଇଛି, ମୟୂରଭଞ୍ଜ ଜିଲ୍ଲାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଥିଲା। ୨୦୨୨ ଅକ୍ଟୋବର ୩ ତାରିଖରେ ବାଦାମପାହାଡ ଥାନା ଅଞ୍ଚଳରେ ଏହି ବର୍ବରତା ଘଟଣା ଘଟିଥିଲା।

Medical

Medical

Advertisment

ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ଲାଗିଲା ବର୍ଷେ। ବିଭାଗୀୟ ଡାକ୍ତର ବର୍ଷକ ପରେ ପୁଲିସକୁ ପୋଷ୍ଟମର୍ଟମ ରିପୋର୍ଟ ଦେଲେ। ବିଳମ୍ବିତ ରିପୋର୍ଟକୁ ନେଇ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ଉଦ୍‌ବେଗ ପ୍ରକାଶ କଲେ କ୍ରାଇମବ୍ରାଞ୍ଚ ଆଇଜି। ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ନିବେଦନ କଲେ କ୍ରାଇମବ୍ରାଞ୍ଚ ଆଇଜି।

Advertisment

କ୍ରାଇମବ୍ରାଞ୍ଚ ଆଇଜି ଲେଖିଥିବା ଚିଠିରେ ଦର୍ଶାଯାଇଛି, ମୟୂରଭଞ୍ଜ ଜିଲ୍ଲାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଥିଲା। ୨୦୨୨ ଅକ୍ଟୋବର ୩ ତାରିଖରେ ବାଦାମପାହାଡ ଥାନା ଅଞ୍ଚଳରେ ଏହି ବର୍ବରତା ଘଟଣା ଘଟିଥିଲା। ପୁଲିସ୍‌ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପାଇଁ ପଠାଇ ଦେଇଥିଲା। ରାଇରଙ୍ଗପୁର ମେଡିକାଲ୍‌ ଅଧିକାରୀ ଡାକ୍ତର ସବିତା ମହାନ୍ତ ମହିଳା ଶବ ବ୍ୟବଚ୍ଛେଦ କରି ୨୦୨୩ ମସିହା ସେପ୍ଟେମ୍ୱର ୨୦ ତାରିଖରେ ରିପୋର୍ଟ ଦେଇଥିଲେ। ଅର୍ଥାତ ବ୍ୟବଚ୍ଛେଦ ପାଇଁ ଏକ ବର୍ଷ ସମୟ ଲାଗି ଯାଇଥିଲା। ଯାହାକୁ ନେଇ କ୍ରାଇମବ୍ରାଞ୍ଚ ଆଇଜି କ୍ଷୋଭ ପ୍ରକାଶ କରିଛନ୍ତି। ଏଭଳି ଡାକ୍ତରଙ୍କ କାର୍ଯ୍ୟ ଦକ୍ଷତା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ଆଇଜି ରିପୋର୍ଟରେ ଦର୍ଶାଇଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ଦୁଷ୍କର୍ମ ପରେ ହତ୍ୟା ପରି ସ୍ପର୍ଶକାତର ଘଟଣାରେ ଯଦି ଡାକ୍ତରମାନେ ଏଭଳି ଅବହେଳା କରିବେ, ତା’ହେଲେ କିଭଳି ଜଣେ ସାଧାରଣ ଲୋକ ନ୍ୟାୟ ପାଇବ? ଦୁଷ୍କର୍ମ ପରେ ହତ୍ୟା ପରି ଘଟଣାର ବ୍ୟବଚ୍ଛେଦ ରିପୋର୍ଟ ୩ରୁ ୭ ଦିନ ଭିତରେ ଦେବାର ଗାଇଡ୍‌ଲାଇନ୍‌ ରହିଛି। ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ବିଳମ୍ୱକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଅଭୟ କୁମାର ଦାସ।

Advertisment

ସେ କହିଛନ୍ତି, ଏ ସମ୍ପର୍କରେ କୌଣସି ଚିଠି ମୋ ପାଖକୁ ଆସିନାହିଁ। ଚିଠି ମିଳିଲେ ଘଟଣାର ତଦନ୍ତ କରାଯିବ। କିନ୍ତୁ ଏତେଦିନ ବିଳମ୍ୱ ହେବାଟା ଠିକ୍‌ ନୁହେଁ। ତେବେ ଘଟଣାର ତଦନ୍ତ କଲେ ଜଣାପଡ଼ିବ। ଗାଇଡ୍‌ଲାଇନ୍‌ ଅନୁସାରେ ୩ରୁ ୭ଦିନ ଭିତରେ ରିପୋର୍ଟ ଦିଆଯିବା କଥା। କିନ୍ତୁ ବାସ୍ତବରେ ଆମ ପାଖରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଆଉଟ୍‌ ସୋର୍ସିଂ କର୍ମଚାରୀଙ୍କୁ ନେଇ କାମ କରାଯାଉଛି ବୋଲି ସିଡିଏମଓ କହିଛନ୍ତି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Health Medical Negligence Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe