Advertisment

ଲାଞ୍ଚ ନେଉଥିଲେ ପୋଷ୍ଟାଲ ଇନ୍ସପେକ୍ଟର ବାବୁ, ମାଡ଼ି ବସିଲା ସିବିଆଇ

ସାର୍ଟିଫିକେଟ କରାଇ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପୋଷ୍ଟାଲ ଇନ୍ସପେକ୍ଟର ବାବୁ। ମାତ୍ର ଲାଞ୍ଚ ଟଙ୍କା ନେବା ବେଳେ ମାଡ଼ି ବସିଲା ସିବିଆଇ ।

author-image
Niharika Rout
Postal Inspector

Postal Inspector

ସାର୍ଟିଫିକେଟ କରାଇ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପୋଷ୍ଟାଲ ଇନ୍ସପେକ୍ଟର ବାବୁ। ମାତ୍ର ଲାଞ୍ଚ ଟଙ୍କା ନେବା ବେଳେ ମାଡ଼ି ବସିଲା ସିବିଆଇ । ସିବିଆଇ ଜାଲରେ ଧରା ପଡ଼ିଥିବା ପୋଷ୍ଟାଲ ଇନ୍ସପେକ୍ଟରଜଣକ ହେଲେ ମୟୂରଭଞ୍ଜ ଦଳାର ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର ପୃଷ୍ଟି ।

Advertisment

ଉଦଳା ପୋଷ୍ଟାଲ ସର୍କଲ ଅଧୀନ କୁଶଳଦା ପଥୁରୀକଟା ପୋଷ୍ଟ ଅଫିସର ଜିଡ଼ିଏସ ବିପିଏମ ମଳୟ କୁମାର ବେହେରାଏବେ ଶିକ୍ଷକ ଚାକିରି ପାଇଛନ୍ତି। ଉକ୍ତ ଚାକିରି କରିବା ନିମନ୍ତେ ପୋଷ୍ଟାଲ ବିଭାଗ ପକ୍ଷରୁ ଜିଷ୍ଟ୍ରେଶନ ସହିତ ପୋଷ୍ଟ ୱାର୍କ ଭେରିଫିକେସନ ସାର୍ଟିଫିକେଟର ଆବଶ୍ୟକତା ରହିଥିଲା।

ଯେଉଁ ପୋଷ୍ଟ ୱାର୍କ ଭେରିଫିକେସନ ସାର୍ଟିଫିକେଟ ପାଇବା ପାଇଁ ବିପିଏମ ମଳୟ କୁମାର ବେହେରା ଉଦଳା ପୋଷ୍ଟାଲ ଇନ୍ସପେକ୍ଟରଙ୍କ ନିକଟରେ ପହଞ୍ଚିଥିଲେ। ହେଲେ ସାର୍ଟିଫିକେଟ ଦେବା ନିମନ୍ତେ ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ପୃଷ୍ଟି ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

Advertisment

ଗତକାଲି ସନ୍ଧ୍ୟାରେ ନିଜ ଭଡା ବାସଭବନ ନିକଟରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜେନ୍ଦ୍ର ପୃଷ୍ଟିଙ୍କୁ ମାଡି ବସିଥିଲା ସିବିଆଇ ଆଣ୍ଟିକରପସନ ଟିମ। ଧରା ପଡିବା ପରେ ପୋଷ୍ଟାଲ ଇନ୍ସପେକ୍ଟର ଘଟଣାସ୍ଥଳରେ ଟଙ୍କା ଫୋପାଡ଼ି ଦେଇ ଖସି ଯିବାକୁ ଉଦ୍ୟମ କରିଥିଲେ, ହେଲେ ସିବିଆଇ ତାଙ୍କୁ କାବୁ କରି ଦେଇଥିଲା।

Cbi Raid Mayurbhanj