Advertisment

ପ୍ରଦୀପ ପାଣିଗ୍ରାହୀ ଦୋଷମୁକ୍ତ, ୫ ମାମଲାରୁ ନିର୍ଦ୍ଦୋଷରେ ଖଲାସ

ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ଗିରଫ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଗତକାଲି ୨ଟି ଓ ଆଜି ୩ଟି ମାମଲାରୁ ପ୍ରଦୀପଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ।

ଅଦ୍ୟତନ ହୋଇଛି
undefined

Pradeep Panigrahi

Advertisment

ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ଦୋଷମୁକ୍ତ ହୋଇଛନ୍ତି ବ୍ରହ୍ମୁପର ସାଂସଦ ପ୍ରଦୀପ ପାଣିଗ୍ରାହୀ। ଗତକାଲି ୨ଟି ଓ ଆଜି ୩ଟି- ଏହି ପରି ସମସ୍ତ ୫ଟି ମାମଲାରୁ ପ୍ରଦୀପଙ୍କୁ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର JMFC ଗ୍ରାମାଞ୍ଚଳ।

Advertisment

ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ନେଇଥିବା ଅଭିଯୋଗ କରି ୫ ଜଣ ଥାନାରେ ମାମଲା ଦାଏର କରିଥିଲେ। ଗୋଳନ୍ଥରା ଥାନାରେ ୪ଟି ଓ ବୈଦ୍ୟନାଥପୁର ଥାନାରେ ହୋଇଥିଲା ଗୋଟିଏ ମାମଲା। ୪ଟି ମାମଲାରେ ପ୍ରଦୀପ ପାଣିଗ୍ରାହୀ ଏକୁଟିଆ ମୁଦାଲା ଥିବା ବେଳେ ଅନ୍ୟ ମାମଲାରେ ଆକାଶ ପାଠକ ଓ ଅଭୟ ପାଠକ ବି ମୁଦାଲା ଥିଲେ। ମାତ୍ର ଗତ ୧୦ ତାରିଖରେ ୨ ଜଣ ଓ ପରେ ୧୮ ତାରିଖରେ ଆଉ ୩ ଜଣ ଏତଲକାରୀ ମାମଲାରୁ ଓହରିଥିଲେ। ବିଜେଡି ଓ ପ୍ରଶାସନର ଚାପ ଯୋଗୁଁ ଏଭଳି ଏତଲା ଦେଇଥିଲେ ବୋଲି ସେମାନେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରିଥିଲେ। 

ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଜେଲ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ । ମାତ୍ର ଏବେ ସେ ସବୁ ମାମଲାରୁ ଦୋଷମୁକ୍ତ ହୋଇଥିବାରୁ ବ୍ରହ୍ମପୁର କୋର୍ଟ ବାହାରେ ତାଙ୍କ ସମର୍ଥକ ବାଣ ଫୁଟାଇ, ମିଠା ବାଣ୍ଟି ସେଲିବ୍ରିଶନ କରିଥିଲେ।

Advertisment

ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି, ପ୍ରମାଣ ଅ୍ରଭାବନରୁ ସମସ୍ତ କେସ୍‌ରେ କୋର୍ଟ ପ୍ରଦୀପ ପାଣିଗ୍ରାହୀ, ଆକାଶ ପାଠକ ଓ ଅଭୟ ପାଠକଙ୍କୁ ଦୋଷମୁକ୍ତ କରିଛନ୍ତି । ସମସ୍ତ ଅଭିଯୋଗକାରୀ କୋର୍ଟକୁ ଆସି ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ କରିବାକୁ ଚାହୁଁ ନ ଥିଲେ ବୋଲି କହିଥିଲେ। ଏଥିସହ ଆକାଶ ପାଠକ ଓ ଅଭୟ ପାଠକଙ୍କୁ ଚିହ୍ନି ନ ଥିବା କହିଥିଲେ। ବରଂ ଜଣେ ଆଇଜି ସ୍ତରର ବରିଷ୍ଠ ପୁଲିସ୍‌ ଅଧିକାରୀ ବହୁ ପୁଲିସ୍‌ ଧରି ଆସିଥିଲେ। ସେମାନେ ଭୟଭୀତ କରାଇ କିଛି କାଗଜରେ ଦସ୍ତଖତ କରାଇଥିଲେ ବୋଲି କହିଥିଲେ। 

Ganjam Pradeep Panigrahi Judgement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe