Advertisment

ଅଭିନେତା ପ୍ରକାଶ ରାଜଙ୍କୁ ଇଡି ସମନ୍‌

ଗୋଲ୍ଡ ଇନଭେଷ୍ଟ ସ୍କିମ ଜରିଆରେ ପ୍ରଣବ ଜୁଏଲର୍ସ ଲୋକଙ୍କ ଠାରୁ ୧୦୦ କୋଟି ଟଙ୍କା ସଂଗ୍ରହ କରିଥିଲା। ସମସ୍ତଙ୍କୁ ବିପୁଳ ପରିମାଣର ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା।

Prakash Raj

Prakash Raj

Advertisment

୧୦୦ କୋଟି ଟଙ୍କାର ଚିଟଫଣ୍ଡ ଠକେଇ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଭିନେତା ପ୍ରକାଶ ରାଜଙ୍କୁ ସମନ କରିଛି। ତାଙ୍କୁ ପୂରା ଘଟଣାରେ ନିଜର ପକ୍ଷ ରଖିବାକୁ କୁହାଯାଇଛି। ଏହି ଠକେଇ ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏଥିସହ ନଭେମ୍ବର ୨୦ରେ ଥିରୁଚିରାପାଲ୍ଲିରେ ଥିବା ପ୍ରଣବ ଜୁଏଲର୍ସରେ ରେଡ୍‌ କରିଥିଲା। ଉକ୍ତ ରେଡ ପରେ ପ୍ରକାଶ ରାଜଙ୍କୁ ସମନ କରାଯାଇଛି।

Advertisment

ପ୍ରଣବ ଜୁଏଲର୍ସ ପକ୍ଷରୁ ଆରମ୍ଭ କରାଯାଇଥିବା ଗୋଲ୍ଡ ଇନଭେଷ୍ଟମେଣ୍ଟ ସ୍କିମରେ ବ୍ୟାପକ ଚଞ୍ଚକତା କରାଯାଇଥିବା ଇଡି ଅଭିଯୋଗ କରିଛି। ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ କରିବାକୁ ଚାହୁଁଛି। ତେଣୁ ପ୍ରକାଶ ରାଜଙ୍କୁ ଜେରା କରିବାକୁ ଲକ୍ଷ୍ୟ ରଖିଛି। ପ୍ରକାଶ ରାଜ ଉକ୍ତ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ଥିଲେ। ତେଣୁ ତାଙ୍କୁ ଡିସେମ୍ବର ୫ ତାରିଖରେ ହାଜର ହେବାକୁ ଇଡି କହିଛି।

ଇଡି ଏହି ଘଟଣାରେ କରିଥିବା ରେଡ ବେଳେ ଅଘୋଷିତ ୨୩.୭୦ ଲକ୍ଷ ନଗଦ ଟଙ୍କା ଓ ୧୧.୬୦ କେଜିର ସୁନା ଜବତ କରିଥିଲା। ପ୍ରଣବ ଜୁଏଲର୍ସ ପକ୍ଷରୁ ଚିଟଫଣ୍ଡ ସ୍କିମ ଦ୍ୱାରା ଲୋକଙ୍କୁ ଠକଯାଉଥିବା ଅଭିଯୋଗ ପ୍ରଥମେ ଇଓଡବ୍ଲ୍ୟୁ ପାଖରେ ପହଞ୍ଚିଥିଲା।

Advertisment

ଏହାପରେ ଇଡି ଏହାର ଖୋଳତାଡ଼ ଆରମ୍ଭ କରିଛି। ଗୋଲ୍ଡ ଇନଭେଷ୍ଟ ସ୍କିମ ଜରିଆରେ ପ୍ରଣବ ଜୁଏଲର୍ସ ଲୋକଙ୍କ ଠାରୁ ୧୦୦ କୋଟି ଟଙ୍କା ସଂଗ୍ରହ କରିଥିଲା। ସମସ୍ତଙ୍କୁ ବିପୁଳ ପରିମାଣର ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ କମ୍ପାନୀ ନିଜର ପ୍ରତିଶ୍ରୁତି ପୂରଣ କରି ନଥିବା ଅଭିଯୋଗ ହୋଇଛି।

ED Raid Prakash Raj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe