Advertisment

ମାହାଙ୍ଗା ଡବଲ ମର୍ଡର ମାମଲା: ହାଇକୋର୍ଟରୁ ପ୍ରତାପଙ୍କୁ ମିଳିଲା କ୍ଲିନ୍ ଚିଟ୍

ତଳକୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ ପ୍ରତାପ ଜେନା। ଏହି ଡବଲ ମର୍ଡର ମାମଲାରେ ସେ ଥିଲେ ୧୩ ନମ୍ବର ମୁଦାଲା।

ଅଦ୍ୟତନ ହୋଇଛି
undefined

Pratap Jena

Advertisment

ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନାଙ୍କୁ ମିଳିଛି କ୍ଲିନ୍‌ଚିଟ୍‌। ହାଇକୋର୍ଟରୁ ପ୍ରତାପଙ୍କୁ ମିଳିଛି କ୍ଲିନ୍‌ ଚିଟ୍‌। ପ୍ରତାପଙ୍କ ନାଁରେ ତଳକୋର୍ଟରେ ଥିବା ଏହି ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ।

Advertisment

କ୍ଲିନ୍ ଚିଟ୍ ମିଳିବା ପରେ ପ୍ରତାପ ତାଙ୍କ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ ସତ୍ୟର ସବୁବେଳେ ଜୟ ହୁଏ। ଯେଉଁଠାରେ ଠାକୁର ଶ୍ରୀଜଗନ୍ନାଥ ଅଛନ୍ତି, ସେଠାରେ ଅନ୍ୟାୟ କେବେ ବି ତିଷ୍ଠିପାରିବ ନାହିଁ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ବିରୋଧରେ ମାମଲା ଚଳାଇବାକୁ ସାଲେପୁର ଜେଏମଏଫସି ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା। ନିମ୍ନ ଅଦାଲତ ପ୍ରତାପଙ୍କ ବିରୋଧରେ ମାମଲା ଚଳାଇବାକୁ ନିର୍ଦ୍ଦେଶ ଦେବା ବେଆଇନ ବୋଲି ତାଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା।

Advertisment

ଅନ୍ୟପଟେ ପ୍ରତିପକ୍ଷ ଯୁକ୍ତି ଦର୍ଶାଇଥିଲେ ଯେ ନିମ୍ନ ଅଦାଲତ ନିଜ କ୍ଷମତା ଅନୁଯାୟୀ ନିଷ୍ପତ୍ତି ଶୁଣାଇଛନ୍ତି ଯାହା ଆଇନ ସମ୍ମତ। ଏସବୁକୁ ଶୁଣିବା ସହ ଉଭୟ ପକ୍ଷର ଲିଖିତ ଯୁକ୍ତିକୁ ଗ୍ରହଣ କରି ହାଇକୋର୍ଟ ମାମଲାର ରାୟ ସଂରକ୍ଷିତ ରଖିଥିଲେ। 

୨୦୨୧ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳ (୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ହୋଇଥିଲା ମାମଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିଲା। ଏହାକୁ ନେଇ ପ୍ରତିପକ୍ଷ ଲଢ଼େଇ ଜାରି ରଖିଥିଲେ।

ଗତ ବର୍ଷ ସେପ୍ଟେମ୍ବର ମାସରେ ସାଲେପୁର ଜେଏମ୍‌ଏଫସି କୋର୍ଟ ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ସାଲେପୁର ଜେଏମ୍‌ଏଫସି କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ସେଥିରେ ସ୍ପଷ୍ଟ ଭାବେ କହିଥିଲେ ଯେ ଅଭିଯୋଗକାରୀ ଓ ସାକ୍ଷୀମାନଙ୍କର ବୟାନ ଏବଂ ବିଭିନ୍ନ ରେକର୍ଡପତ୍ର ଗୁଡ଼ିକୁ ଦେଖିଲେ ଆପାତତଃ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି।

Mahanga Double Murder Case Pratap Jena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe