Advertisment

ମାହାଙ୍ଗା ଡବଲ୍ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ ହସ୍ତାନ୍ତର

ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଭଳି ଦଫାରେ ମାମଲା ଚାଲୁ ରଖିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ।

Pratap Jena

Pratap Jena

Advertisment

ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ ହସ୍ତାନ୍ତର କରାଯାଇଛି। ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚି ସମନ ହସ୍ତାନ୍ତର କରିଛନ୍ତି ସ୍ପେଶାଲ ମେସେଞ୍ଜର। ଅକ୍ଟୋବର ୩୧ ତାରିଖରେ ପ୍ରତାପ ଜେନାଙ୍କୁ ହାଜର ହେବାକୁ ସମନରେ ନିର୍ଦ୍ଦେଶ ହୋଇଛି। 

Advertisment

ସାଲେପୁର JMFC କୋର୍ଟ ପକ୍ଷରୁ ପ୍ରତାପଙ୍କୁ ଏହି ସମନ କରାଯାଇଛି। କୋର୍ଟଙ୍କ ପକ୍ଷରୁ ସ୍ପେଶାଲ ମେସେଞ୍ଜରଙ୍କ ହାତରେ ସମନ ପଠାଯାଇଥିଲା।ସ୍ପେଶାଲ ମେସେଞ୍ଜର ଆଜି ଭୁବନେଶ୍ୱର ଆସି ପ୍ରତାପ ଜେନାଙ୍କୁ ସମନ ହସ୍ତାନ୍ତର କରିଥିଲେ। ଶ୍ରୀ ଜେନା ଦସ୍ତଖତ କରି ସମନ ଗ୍ରହଣ କରିଥିଲେ।  

ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଭଳି ଦଫାରେ ମାମଲା ଚାଲୁ ରଖିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ।

Advertisment

୨୦୨୧ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳ (୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ହୋଇଥିଲା ମାମଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe