ମାହାଙ୍ଗା ଡବଲ ମର୍ଡର: ଆଜି ବି କୋର୍ଟରେ ହାଜର ହେଲେନି ପ୍ରତାପ ଜେନା

ମାହାଙ୍ଗା ଡବଲ ମର୍ଡର ମାମଲାରେ ବ୍ୟକ୍ତିଗତ ଭାବେ ଅକ୍ଟୋବର ୩୧ତାରିଖରେ ହାଜର ହେବାକୁ ଅଭିଯୁକ୍ତ ଶ୍ରୀ ଜେନାଙ୍କୁ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଶ୍ରୀ ଜେନା ଉକ୍ତଦିନ ଅନୁପସ୍ଥିତ ରହିବାରୁ କୋର୍ଟ ମାମଲାର ଶୁଣାଣି ନକରି ପରବର୍ତ୍ତୀ ତାରିଖ ଆଜି ନଭେମ୍ବର ୧୮କୁ ସ୍ଥିର କରିଥିଲେ ।

Pratap Jena

ପ୍ରତାପ ଜେନା (ଫାଇଲ ଫଟୋ)

Ordigital Desk
  • Published: Saturday, 18 November 2023
  • Updated: 18 November 2023, 08:52 PM IST

Sports

Latest News

ମାହାଙ୍ଗା ଡବଲ ମର୍ଡର ମାମଲାରେ ଅଭିଯୁକ୍ତ ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଜେନା ଆଜି ବି କୋର୍ଟରେ ହାଜର ହେଲେନି । ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ଦର୍ଶାଇ ସାଲେପୁର ଜେଏମଏଫସି କୋର୍ଟରେ ଶ୍ରୀ ଜେନା ଆଜି ହାଜର ହୋଇନଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ମାହାଙ୍ଗା ଡବଲ ମର୍ଡର ମାମଲାରେ ବ୍ୟକ୍ତିଗତ ଭାବେ ଅକ୍ଟୋବର ୩୧ତାରିଖରେ ହାଜର ହେବାକୁ ଅଭିଯୁକ୍ତ ଶ୍ରୀ ଜେନାଙ୍କୁ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଶ୍ରୀ ଜେନା ଉକ୍ତଦିନ ଅନୁପସ୍ଥିତ ରହିବାରୁ କୋର୍ଟ ମାମଲାର ଶୁଣାଣି ନକରି ପରବର୍ତ୍ତୀ ତାରିଖ ଆଜି ନଭେମ୍ବର ୧୮କୁ ସ୍ଥିର କରିଥିଲେ । ତେବେ ଶ୍ରୀ ଜେନା ଆଜି ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ହୋଇନଥିଲେ ।

ଶ୍ରୀ ଜେନାଙ୍କ ପକ୍ଷରୁ ତାଙ୍କ ଓକିଲ ଜେଏମଏଫସି କୋର୍ଟରେ ଉପସ୍ଥିତ ରହି ଅଧିକ ସମୟ ଲୋଡ଼ିଥିଲେ । ହାଇକୋର୍ଟରେ ଏହି ମାମଲା ଏବେ ବିଚାରାଧୀନ ରହିଥିବାରୁ ଶ୍ରୀ ଜେନା ହାଜର ହେବାକୁ ଅଧିକ ସମୟ ଚାହାଁନ୍ତି ବୋଲି ତାଙ୍କ ଓକିଲ ଅନୁରୋଧ କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣି ପରବର୍ତ୍ତୀ ତାରିଖକୁ ଧାର୍ଯ୍ୟ କରିଛନ୍ତି । ମାତ୍ର ପରବର୍ତ୍ତୀ ଶୁଣାଣି କେବେ ହେବ ସେ ନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ ।

Also Read

ଉଲ୍ଲେଖଯୋଗ୍ୟ, ମାହାଙ୍ଗା ଡବଲ ମର୍ଡର ମାମଲାରେ ପୀଡ଼ିତଙ୍କ ପରିବାର ପକ୍ଷରୁ ଦାଏର ପିଟିସନ ଓ ଶ୍ରୀ ଜେନାଙ୍କ ପକ୍ଷରୁ ଦାଏର ପିଟିସନ ଉପରେ କୋର୍ଟ ଶୁଣାଣି କରିଥିଲେ । ଗୋଟିଏ ପିଟିସନରେ ଶ୍ରୀ ଜେନା କୋର୍ଟରେ ବ୍ୟକ୍ତିଗତ ହାଜର ହେବା ଉପରେ ରହିତାଦେଶ ଓ ଅନ୍ୟ ପିଟିସନରେ ପୀଡ଼ିତା ପରିବାର ପକ୍ଷରୁ ମୁଖ୍ୟ ମାମଲାରେ ଶ୍ରୀ ଜେନାଙ୍କ ବ୍ୟକ୍ତିଗତ ହାଜର ନିମନ୍ତେ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା ।

କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାରେ ଶ୍ରୀ ଜେନା ଅଭିଯୁକ୍ତ ଅଛନ୍ତି । ପୁଲିସ ଚାର୍ଜସିଟ୍ ଦାଖଲ କରିବା ପରେ ଜେଏମଏଫସି କୋର୍ଟ ଶ୍ରୀ ଜେନାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଥିଲେ ।

ତେବେ ନଭେମ୍ବର ୨ତାରିଖରେ ହାଇକୋର୍ଟ ଶ୍ରୀ ଜେନାଙ୍କ ବିରୁଦ୍ଧରେ ଜେଏମଏଫସି କୋର୍ଟ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ରହିତାଦେଶ ଜାରି କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story