Advertisment

ନକଲି ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ; ୪ ଗିରଫ

ଧରାପଡିଥିବା ଅଭିଯୁକ୍ତ ଜାମତରା ଗ୍ୟାଙ୍ଗ ଲିଙ୍କରେ ବିହାର, ରାଜସ୍ଥାନ ସାଇବର ଅପରାଧୀଙ୍କୁ ଯୋଗାଉଥିଲେ ଆକ୍ଟିଭେଟେଡ ସିମ୍।

Keonjhar

Keonjhar

Advertisment

ବଡ ଧରଣର ନକଲି ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ କରିଛି କେନ୍ଦୁଝର ପୁଲିସ। ସାଇବର କ୍ରାଇମରେ ବ୍ୟବହୃତ ୫ଶହରୁ ଅଧିକ ନକଲି ସିମକାର୍ଡ ଜବତ ସହ ୪ ଜଣଙ୍କୁ ଗିରଫ କରିଛି କେନ୍ଦୁଝର ପୁଲିସ। କେନ୍ଦୁଝର ଏସପି ନୀତିନ କୁଶଲକର ଏହି ସୂଚନା ଦେଇଛନ୍ତି।

Advertisment

ଏସପିଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ମାନେ ଝାଡଖଣ୍ଡ, ବିହାର, ରାଜସ୍ଥାନ ଆଦି ରାଜ୍ୟର ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ ସିମ୍। ଅଭିଯୁକ୍ତଙ୍କଠାରୁ ୫୩୮ଟି ସିମ୍, ୧୮ଟି ମୋବାଇଲ, ୫ଟି ବାୟୋମେଟ୍ରିକ ସ୍କାନର, ୨୫ଟି ଏଟିଏମ୍ କାର୍ଡ଼, ୨୫ଟି ଆଇଡି କାର୍ଡ, ଗୋଟିଏ ଲାପଟପ, ୭ଟି ପାସବୁକ୍ , ୧୮୫ଟି ଫଟୋ , ୫ ହଜାର ଟଙ୍କା ଜବତ ହୋଇଛି। ଧରାପଡ଼ିଥିବା ଅଭିଯୁକ୍ତ ମଧ୍ୟରେ ମୁଖ୍ୟ ରାଜକିଶୋର ଜେନା ନାଁରେ ବିଭିନ୍ନ ରାଜ୍ୟରେ ୩ ଶହରୁ ଅଧିକ ମାମଲା ରହିଛି ।

ଏମାନେ ବିଭିନ୍ନ ସିମ୍ କାର୍ଡ କମ୍ପାନୀରେ ଚାକିରି କରୁଥିବା ବେଳେ ନିରୀହ ଲୋକଙ୍କୁ ଠକି ସେମାନଙ୍କ ଅଜାଣତରେ ସିମ୍ ବାହାର କରି ସାଇବର ଠକମାନଙ୍କୁ ବିକ୍ରି କରୁଥିଲେ। ସମସ୍ତ ଅପରାଧୀ ଘସିପୁରା ଥାନା ଅଞ୍ଚଳର। ଅଭିଯୁକ୍ତ ହେଲେ ରାଜକିଶୋର ଜେନା, ତପନ କୁମାର ଜେନା , ସୁବ୍ରତ କୁମାର ଜେନା ଓ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ପ୍ରଦୀପ କୁମାର ମିଶ୍ର। ପ୍ରତି ସିମ୍ କାର୍ଡ଼କୁ ୪ରୁ ୫ ହଜାର ଟଙ୍କାରେ ସେମାନେ ବାହାର ରାଜ୍ୟ ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ। ଏମାନଙ୍କ ନାଁରେ ସାଇବର ଥାନା କେସ୍ ନମ୍ବର ୫/୨୦୨୪ରେ ମାମଲା ରୁଜୁ ହୋଇଛି ବୋଲି ଏସପି ସୂଚନା ଦେଇଛନ୍ତି।

Advertisment

ଧରାପଡିଥିବା ଅଭିଯୁକ୍ତ ଜାମତରା ଗ୍ୟାଙ୍ଗ ଲିଙ୍କରେ ବିହାର, ରାଜସ୍ଥାନ ସାଇବର ଅପରାଧୀଙ୍କୁ ଯୋଗାଉଥିଲେ ଆକ୍ଟିଭେଟେଡ ସିମ୍। ୪ ହଜାରରୁ ଅଧିକ ନକଲି ସିମ୍ ଏମାନେ ବିକ୍ରି କରିଥିବା ସୂଚନା ମିଳିଛି ବୋଲି କେନ୍ଦୁଘର ଏସପି ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ କେନ୍ଦୁଝର ପୁଲିସରେ ଟ୍ରେନିଂ ଭାବେ ଯୋଗ ଦେଇଥିବା ଯୁବ ଆଇପିଏସ ରାମେନ୍ଦ୍ର ପ୍ରସାଦକୁ ତଦନ୍ତ ଭାର ଦେଇଥିଲେ କେନ୍ଦୁଝର ଏସପି। 

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe