Advertisment

ମନ୍ଦିର ଭିତରେ ନାବାଳିକାଙ୍କୁ ଯୌନ ନିର୍ଯାତନା, ୭୦ ବର୍ଷୀୟ ପୂଜକ ଗିରଫ

ଅଭିଯୋଗ ପରେ ଗାଁର ଲୋକମାନେ ମନ୍ଦିର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିବାଦ ବଢ଼ିବାରୁ ପୁଲିସ୍‌ ୭୦ ବର୍ଷୀୟ ପୂଜକ ଥିଲାଗରଙ୍କୁ ଗିରଫ କରିଛି।

Tamil Nadu

Tamil Nadu

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ମନ୍ଦିର ଭଳି ପବିତ୍ର ସ୍ଥାନରେ ଘଟିଛି ଜଘନ୍ୟ କାଣ୍ଡ। ମନ୍ଦିରର ୭୦ ବର୍ଷୀୟ ପୂଜକ ଘଟାଇଛନ୍ତି ଅତ୍ୟନ୍ତ ଅମାନୁଷିକ କାର୍ଯ୍ୟ। ସେ ଜଣେ ନାବାଳିକାଙ୍କୁ ପ୍ରସାଦ ଦେବା ନାଁରେ ମନ୍ଦିର ଭିତରକୁ ଡାକି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ପୂଜକଙ୍କୁ ଗିରଫ କରାଯାଇଛି।

Advertisment

ଏପରି ଏକ ଘଟଣା ତାମିଲନାଡୁର ଥେନି ଜିଲ୍ଲାରେ ଘଟିଛି। ଅଭିଯୋଗ ପରେ ଗାଁର ଲୋକମାନେ ମନ୍ଦିର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିବାଦ ବଢ଼ିବାରୁ ପୁଲିସ୍‌ ୭୦ ବର୍ଷୀୟ ପୂଜକ ଥିଲାଗରଙ୍କୁ ଗିରଫ କରିଛି। ତାଙ୍କ ନାଁରେ ପୋକ୍ସୋ ଓ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ମନ୍ଦିର ବାହାରେ କିଛି ପିଲା ଖେଳୁଥିଲେ। ଏହି ସମୟରେ ପୂଜକ ଜଣଙ୍କ ସେମାନଙ୍କୁ ମିଠା ପ୍ରସାଦ ଦେବା ନାଁରେ ମନ୍ଦିର ଭିତରକୁ ଡାକିଥିଲେ। ସେମାନେ ସମସ୍ତେ ମନ୍ଦିର ଭିତରକୁ ଯାଇଥିବା ବେଳେ ଏହାର ଫାଇଦା ଉଠାଇ ଥିଲାଗର ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

Advertisment

ଏ ସମ୍ପର୍କରେ ପିଲାଟି ପରିବାର ଲୋକଙ୍କୁ ଜଣାଇଥିଲା। ଖବର ମିଳିବା ମାତ୍ରେ ପୀଡ଼ିତାଙ୍କ ବାପା ମା’, ସମ୍ପର୍କୀୟ ଓ ଗାଁ ଲୋକମାନେ ମନ୍ଦିର ବାହାରେ ଏକାଠି ହୋଇ ବିକ୍ଷୋଭ ଆରମ୍ଭ କରିଥିଲେ। ସମ୍ଭାବ୍ୟ ଭିଡ଼ ହିଂସା ଭୟରେ ପୂଜକ ଜଣଙ୍କ ତୁରନ୍ତ ମନ୍ଦିରର ଗ୍ରୀଲକୁ ଲକ କରି ଦେଇ ଭିତରେ ଲୁଚି ଯାଇଥିଲେ।

ତଥାପି ବିକ୍ଷୋଭ ବନ୍ଦ ହୋଇ ନଥିଲା। ବିବାଦ ବଢ଼ିବାରୁ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବା ସହ ଗ୍ରୀଲ ଭାଙ୍ଗି ମନ୍ଦିର ଭିତରକୁ ଯାଇଥିଲା। ସେଠାରେ ଲୁଚି ଥିବା ଥିଲାଗରଙ୍କୁ ଗିରଫ କରିଥିଲା। ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ କରୁଛି।

Stop Rape Crime Tamil Nadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe