Advertisment

ଦର୍ଶନ ଦେଲେନି ମା' କାଳୀ; ନିଜ ଗଳା କାଟି ପୂଜକଙ୍କ ମୃତ୍ୟୁ

୨୪ ଘଣ୍ଟା ନିରନ୍ତର ପୂଜା ସତ୍ତ୍ୱେ ମା' କାଳୀ ଦେଲେନି ଦର୍ଶନ। ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜ ଗଳା କାଟିଦେଲେ ପୂଜକ।

ଅଦ୍ୟତନ ହୋଇଛି
priest slits own throat

priest slits own throat

Advertisment

ଉତ୍ତରପ୍ରଦେଶର ବାରଣାସୀରୁ ଏକ ଲୋମହର୍ଷକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୪୦ ବର୍ଷ ବୟସ୍କ ପୂଜକ ମା' କାଳୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ନିଜକୁ ବଳି ଚଢ଼େଇ ଦେଇଛନ୍ତି। ୨୪ ଘଣ୍ଟା ନିରନ୍ତର ପୂଜା ସତ୍ତ୍ୱେ ମା' କାଳୀ ଦର୍ଶନ ନଦେବାରୁ ସେ ନିରାଶ ହୋଇ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜ ଗଳା କାଟି ଦେଇଛନ୍ତି। ଫଳରେ ପୂଜକଙ୍କର ମୃତ୍ୟୁ ଘଟିଛି।

Advertisment

ମା' କାଳୀ ଦର୍ଶନ ଦିଅ କହି କାଟିଲେ ତଣ୍ଟି
ଖବର ଅନୁଯାୟୀ ବାରଣାସୀ ସହରର ଗାଇ ଘାଟ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ପୂଜକ ଅମିତ ଶର୍ମା (୪୦) ଘରେ ଦେବୀଙ୍କ ଆରାଧନା କରୁଥିବା ସମୟରେ ଏକ ଛୁରୀ ସାହାଯ୍ୟରେ ନିଜ ଗଳା କାଟିଦେଇଛନ୍ତି। ନିଜ ବେକ କାଟିବା ପୂର୍ବରୁ ସେ ଦେବୀ କାଳୀଙ୍କୁ ଡାକିଥିଲେ। ମା' କାଳୀ ଦର୍ଶନ ଦିଅ ବୋଲି କହି କହି ସେ ଚିତ୍କାର କରୁଥିବା ଶୁଣିଛନ୍ତି ରୋଷେଇ ଘରେ ଥିବା ତାଙ୍କ ପତ୍ନୀ ଜୁଲି। ପୂଜକ ଅମିତଙ୍କ ଚିତ୍କାର ଶୁଣି ତାଙ୍କ ପତ୍ନୀଙ୍କ ସମେତ ସାହି ପଡ଼ିଶା ଲୋକ ମଧ୍ୟ ସେଠାକୁ ଧାଇଁ ଆସିଥିଲେ। ସମସ୍ତେ ପହଞ୍ଚିବାବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ନିଜ ଗଳା କାଟି ସେଠାରେ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାକୁ ନେଇ ସ୍ଥାନୀୟ ସହକାରୀ ପୋଲିସ କମିଶନର ଈଶାନ ସୋନୀ କହିଛନ୍ତି ଯେ, ଦେବୀ କାଳୀ ତାଙ୍କୁ ଦର୍ଶନ ଦେବେ ବୋଲି ପୂଜକ ଜଣକ ଜିଦ୍ ଧରିଥିଲେ। ଯେତେବେଳେ ତାହା ଘଟିଲା ନାହିଁ, ସେ ବିବ୍ରତ ହୋଇ ତାଙ୍କ ଗଳା କାଟିଦେଲେ। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାର ଟ୍ରମା ସେଣ୍ଟରକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଭଡ଼ାରେ ରହୁଥିବା ଘରର ମାଲିକଙ୍କ କହିବା ଅନୁଯାୟୀ ପୂଜାରୀ ଅମିତ ଶର୍ମା ପ୍ରାୟ ୭ ବର୍ଷ ହେବ ସେଠାରେ ରହୁଥିଲେ। ସେ କାଶୀ ବିଶ୍ୱନାଥ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିବା ସହ ଘରେ ମଧ୍ୟ ପୂଜାପାଠ କରନ୍ତି।

Advertisment
Priest Dies By Suicide Priest Slits Own Throat Uttar Pradesh News Varanasi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe