Advertisment

ଜେଲରେ ଆଖି ବୁଜିଲେ କଏଦୀ, ପରିବାର ଆଣିଲା ସାଂଘାତିକ ଅଭିଯୋଗ

ଏକ ହତ୍ୟା ମାମଲାରେ ଆଜୀବନ ସଜ୍ଜା କାଟୁଥିଲେ ମହେନ୍ଦ୍ର । ତେବେ ଜେଲ୍‌ ଭିତରେ ମହେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Jail

Jail

Advertisment

ଚୌଦ୍ୱାର ଜେଲରେ ଆଖି ବୁଜିଲେ କଏଦୀ। ମୃତକ ହେଲେ ଯାଜପୁର ବରୀ ଅଞ୍ଚଳର ମହେନ୍ଦ୍ର ଦାସ । ଏକ ହତ୍ୟା ମାମଲାରେ ଆଜୀବନ ସଜ୍ଜା କାଟୁଥିଲେ ମହେନ୍ଦ୍ର । ତେବେ ଜେଲ୍‌ ଭିତରେ ମହେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ହତ୍ୟା ମାମଲାର ଅଭିଯୁକ୍ତ ମହେନ୍ଦ୍ରଙ୍କୁ ପ୍ରଥମେ ଯାଜପୁର ଓ ପରେ ଚୌଦ୍ୱାର ଜେଲକୁ ତାଙ୍କୁ ସ୍ଥାନାନ୍ତର କରଯାଇଥିଲା । ଆଜି ସକାଳେ ଜେଲର ମହେନ୍ଦ୍ରଙ୍କ ଘରକୁ ଫୋନ୍‌ କରି ସେ ସିରିୟସ୍‌ ଥିବା ବେଳେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା କହିଥିଲେ।

ପରିବାର ଲୋକେ ତୁରନ୍ତ ଏସସିବିରେ ପହଞ୍ଚିବା ପରେ ସେଠାରେ ତାଙ୍କ ମୃତ୍ୟୁ ଖବର ପାଇଥିଲେ। ଏହାପରେ ମୃତକଙ୍କ ବେକ ଚାରିପଟେ ଏକ ମୋଟା କଳା ଦାଗ ଥିବାରୁ ଗାମୁଛା ଭିଡ଼ି ତାଙ୍କୁ ଜୋରଜବରଦସ୍ତି ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।

Advertisment

ମୃତ ମହେନ୍ଦ୍ରଙ୍କ ପୁଅ କହିଛନ୍ତି ଆମେ ୪ ଦିନ ତଳେ ବାପାଙ୍କ ସହ କଥା ହୋଇଥିଲୁ। ଆଜି ସକାଳେ ଜେଲ୍‌ର ଘରକୁ ଫୋନ୍‌ କରି ବାପା ସିରିୟସ ଥିବା କହିଥିଲେ। ଆମେ ଏଠାରେ ପହଞ୍ଚି ତାଙ୍କ ମୃତ୍ୟୁ ହୋଇଥିବା ଖବର ପାଇଲୁ। ତାଙ୍କ ବେକରେ କଳା ଚିହ୍ନ ଥିବା ଦେଖିବାକୁ ପାଇଲୁ। ତେଣୁ ଜୋରଜବରଦସ୍ତି ଭାବେ ତାଙ୍କୁ ହତ୍ୟା କରାଯାଇଥିବା ଆମେ ସନ୍ଦେହ କରୁଛୁ। ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରୁଛୁ।

Cuttack Jail Death In Jail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe