କୋର୍ଟ ବିଲ୍ଡିରୁ ଡେଇଁ ପଡ଼ିଲେ ବିଚାରାଧୀନ ବନ୍ଦୀ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଛି। ଏପରି ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ଦୁଷ୍କର୍ମ ମାମଲାରେ ବନ୍ଦୀ ଜଣକ କୋର୍ଟରେ ହାଜର ହେବା ପାଇଁ ଆସିଥିଲେ।
Also Read
ବେଳପାହାଡ଼ ଥାନା ଅନ୍ତର୍ଗତ ଜୁନାଡିହି ଗାଁର ସନାତନ ସିଂ ୨୦୨୩ ମସିହାରେ ପୋକ୍ସୋ ମାମଲାରେ ଗିରଫ ହୋଇ ଜେଲ୍ରେ ଥିଲେ। ଆଜି ତାଙ୍କର ଶୁଣାଣି ରହିଥିଲେ। ସେଥିପାଇଁ ସେ କୋର୍ଟ ଭ୍ୟାନ୍ରେ କୋର୍ଟକୁ ଯାଉଥିଲେ। ଭ୍ୟାନ୍ ଓହ୍ଲାଇ ଚାଲି କୋର୍ଟ ରୁମ୍କୁ ଯାଉଥିବା ବେଳେ ଦ୍ୱିତୀୟ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୪ କୋଟି ଟଙ୍କାର ଭାଟ୍ ଚଳୁ: ୨ ବ୍ୟବସାୟୀ ଓ ସହାୟକ ବାଣିଜ୍ୟକର ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ
ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ସିଟିଆଣ୍ଡଜିଏସଟି ଅଫିସର ନିଜ କ୍ଷମତାର ଦୁରୂପଯୋଗ କରି ସରକାରୀ ଅର୍ଥ ତୋଷାରପାତ କରିଥିବାର ଅଭିଯୋଗ ହୋଇଥିଲା ।
Crime
ଗଳା କାଟି ରାସ୍ତା ପାର୍ଶ୍ୱକୁ ମହିଳାଙ୍କୁ ଫିଙ୍ଗିଦେଲେ! ପରିଚୟ ଖୋଜୁଛି ପୁଲିସ୍
ବାଣୀଗୋଚ୍ଛା ଥାନା କୁଜାମେଣ୍ଡି ପଞ୍ଚାୟତ ଗଙ୍ଗାଡିହ ଗାଁ ପାର୍ଶ୍ୱ ଜଙ୍ଗଲୀ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିଲା। ତାଙ୍କ ବେକ କାଟି ଦିଆଯାଇଥିଲା। ତାଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ।
Crime
୬୦୨ ନମ୍ୱର ରୁମ୍ରେ କ’ଣ ଚାଲିଥିଲା? କାହିଁକି ଚଢ଼ଉ କଲା ପୁଲିସ୍
ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦାରେ ଥିବା ଏକ ଆପାର୍ଟମେଣ୍ଟର ଷଷ୍ଠ ମହଲାର ୬୦୨ ନମ୍ୱର ରୁମ୍ରେ ଗତ ୩ରୁ ୪ ମାସ ହେଲା ରହୁଥିଲେ ୪ ଜଣ ଯୁବକ।
Crime
ରୋଗୀ ଦେଖାରେ ବ୍ୟସ୍ତ ଥିବା ଡାକ୍ତରଙ୍କୁ ବୋକା ବନାଇ ୭୫ ହଜାର ନେଇଗଲେ ସାଇବର ଠକ
ଡାକ୍ତର ଶ୍ରୀମାଧବ ସେଠୀ କହିଛନ୍ତି ଯେ ସେ ଏଭଳି ସାଇବର ଠକେଇର ଶିକାର ହୋଇଛନ୍ତି ବୋଲି ବିଶ୍ୱାସ କରିପାରୁ ନାହାନ୍ତି। ତାଙ୍କ ଅବହେଳା ଯୋଗୁ ସେ ସାଇବର ଠକେଇର ଶିକାର ହୋଇଛନ୍ତି।
Crime
ଗର୍ଭବତୀଙ୍କୁ ଗୁଳି କରି ହତ୍ୟା
ରାତି ୧୨ଟା ୫୦ରେ କେହି ଘରର କବାଟ ବାଡ଼େଇ ଥିଲେ। ଏହା ଶୁଣି ମହିଳା ଜଣଙ୍କ କବାଟ ଖୋଲି ଦେଇଥିଲେ। ଆଉ ତା’ପରେ ଘଟିଗଲା ଏହି ଅଘଟଣ।