Advertisment

କୋର୍ଟ ବିଲ୍‌ଡିଂରୁ ଡେଇଁପଡ଼ିଲେ କଏଦୀ

ବେଳପାହାଡ଼ ଥାନା ଅନ୍ତର୍ଗତ ଜୁନାଡିହି ଗାଁର ସନାତନ ସିଂ ୨୦୨୩ ମସିହାରେ ପୋକ୍ସୋ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିଲେ। ଆଜି ତାଙ୍କର ଶୁଣାଣି ରହିଥିଲେ।

Court

Court

Advertisment

କୋର୍ଟ ବିଲ୍‌ଡିରୁ ଡେଇଁ ପଡ଼ିଲେ ବିଚାରାଧୀନ ବନ୍ଦୀ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଛି। ଏପରି ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ଦୁଷ୍କର୍ମ ମାମଲାରେ ବନ୍ଦୀ ଜଣକ କୋର୍ଟରେ ହାଜର ହେବା ପାଇଁ ଆସିଥିଲେ।

Advertisment

ବେଳପାହାଡ଼ ଥାନା ଅନ୍ତର୍ଗତ ଜୁନାଡିହି ଗାଁର ସନାତନ ସିଂ ୨୦୨୩ ମସିହାରେ ପୋକ୍ସୋ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିଲେ। ଆଜି ତାଙ୍କର ଶୁଣାଣି ରହିଥିଲେ। ସେଥିପାଇଁ ସେ କୋର୍ଟ ଭ୍ୟାନ୍‌ରେ କୋର୍ଟକୁ ଯାଉଥିଲେ। ଭ୍ୟାନ୍‌ ଓହ୍ଲାଇ ଚାଲି କୋର୍ଟ ରୁମ୍‌କୁ ଯାଉଥିବା ବେଳେ ଦ୍ୱିତୀୟ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

Crime Suicide Threat Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe