Advertisment

ଝାରପଡ଼ା ଜେଲରେ କଏଦୀ ଉତ୍ପାତ, ବ୍ଲେଡରେ ଜେଲରଙ୍କ ହାତ କାଟିଦେଲେ

ଝାରପଡ଼ା ଜେଲରଙ୍କୁ କଏଦୀଙ୍କ ମିଳିତ ଆକ୍ରମଣ। ବ୍ଲେଡରେ ଜେଲରଙ୍କ ହାତ କାଟିଦେଲେ କଏଦୀ।

author-image
Debadatta Aryashrestha
Jharpada Jail

Jharpada Jail

ପୁଣି ଚର୍ଚ୍ଚାରେ ରାଜଧାନୀର ଝାରପଡ଼ା ଜେଲ। ବ୍ଲେଡରେ ଜେଲରଙ୍କ ହାତ କାଟିଦେଲେ କଏଦୀ। ଜେଲ ଭିତରେ ଜେଲରଙ୍କୁ 3 ଜଣ କଏଦୀ ମିଳିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଜେଲରଙ୍କ ସମେତ 3 ଜଣ ଆହତ ହୋଇଛନ୍ତି। ନିକଟରେ ଜେଲରେ ମାରଣାସ୍ତ୍ର ବୁଲୁଥିବା ଖବର ଆସିଥିବାବେଳେ ଏବେ ଜେଲରଙ୍କୁ କଏଦୀଙ୍କ ଆକ୍ରମଣ ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

Advertisment

ଏହି ଘଟଣାରେ ସଂପୃକ୍ତ କଏଦୀମାନଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ ହୋଇଛି। କଏଦୀ ସନ୍ତୋଷ ନାୟକ, ଅଜୟ ନାୟକ ଓ ନାରଣ ମହନ୍ତି ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ଗତ 22 ତାରିଖରେ ହାତରେ ଛୁରୀ ଧରି ମୋବାଇଲରେ ଭିଡିଓ ସୁଟ୍ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଝାରପଡ଼ା ଜେଲରୁ ଛୁରୀ ଓ ମୋବାଇଲ ଜବତ ହୋଇଥିଲା।

ଏବେ ହଠାତ କାହିଁକି ଏମାନେ ଜେଲରଙ୍କୁ ଆକ୍ରମଣ କଲେ, ଏହାର କାରଣ ଅସ୍ପଷ୍ଟ ରହିଛି। ଜେଲ ଭିତରେ ପ୍ରଥମେ ମାରଣାସ୍ତ୍ର ବୁଲିବା, ଏବଂ ଏବେ ଜେଲରଙ୍କୁ ଆକ୍ରମଣ ପରେ ଜେଲରେ ଅନ୍ୟମାନଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ।

Advertisment
Jharpada Jail Prisoners Attack Jailer