Advertisment

୩ ଦିନ ତଳେ ଆତ୍ମସମର୍ପଣ କରିଥିଲେ; ହଠାତ୍‌ ଆଖି ବୁଜିଦେଲେ

ଜାମିନ ବିହୀନ ଗିରଫ ପରୱାନା ଥିବାରୁ ୩ ଦିନ ତଳେ ଆତ୍ମସମର୍ପଣ କରିଥିଲେ ଅଭିଯୁକ୍ତ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା। ମାତ୍ର ସେଠାରେ ଅସୁସ୍ଥ ହେବା ପରେ ମେଡିକାଲରେ ଆଖି ବୁଜିଛନ୍ତି କଏଦୀ।

Family

Family

Advertisment

ଜାମିନ ବିହୀନ ଗିରଫ ପରୱାନା ଥିବାରୁ ୩ ଦିନ ତଳେ ଆତ୍ମସମର୍ପଣ କରିଥିଲେ ଅଭିଯୁକ୍ତ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା। ମାତ୍ର ସେଠାରେ ଅସୁସ୍ଥ ହେବା ପରେ ମେଡିକାଲରେ ଆଖି ବୁଜିଛନ୍ତି କଏଦୀ। ସମ୍ପୂର୍ଣ୍ଣ ଭଲ ଥିବା ଲୋକକୁ ପୁଲିସ୍‌ କର୍ମଚାରୀ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

Advertisment

ଏପରି ଏକ ସାଂଘାତିକ ଘଟଣା ଫୁଲବାଣୀ ଜେଲ୍‌ରେ ଗତକାଲି ଘଟିଛି। ମୃତକ ହେଲେ ଫିରିଙ୍ଗିଆ ଡିମିରିଗୁଡ଼ା ଗାଁର ଅଭିରାମ ଦିଗାଲ।

ଗଞ୍ଜେଇ ଚାଲାଣ ମାମଲାରେ ତାଙ୍କ ନାଁରେ ଅଭିରାମଙ୍କ ନାଁରେ ୱାରେଣ୍ଟ ଥିଲା। ଏହାପରେ ଗତ ୧୫ ତାରିଖରେ ସେ ଆତ୍ମସମର୍ପଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କୋର୍ଟ ବିଚାରଧୀନ କଏଦୀ ଭାବେ ଫୁଲବାଣୀ ଜିଲ୍ଲା କାରାଗାରକୁ ପଠାଇଥିଲେ।

Advertisment

ସେଠାରେ ଅସୁସ୍ଥ ହେବା ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଗତକାଲି ମୃତ୍ୟୁ ଘଟିଛି। ଅଭିରାମଙ୍କ ଏପରି ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଜେଲ୍‌ରେ ତାଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହ ଜବତ କରିବା ସହ ଘଟଣାର ଛାନଭିନ୍ ଚଳାଇଛି।

ଏନେଇ ମୃତକଙ୍କ ଭଉଣୀ କହିଛନ୍ତି, ଆତ୍ମସମର୍ପଣ କରିବା ସମୟରେ ମୋ’ ଭାଇ ସମ୍ପୂର୍ଣ୍ଣ ସୁସ୍ଥ ଥିଲା। ମାତ୍ର ପୁଲିସ୍‌ କର୍ମୀ ମୋ’ ଭାଇକୁ ଜେଲ୍‌ରେ ମାରି ଦେଇଛନ୍ତି। ଆମକୁ ନ୍ୟାୟ ଦରକାର।

ଫୁଲବାଣୀ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ କହିଛନ୍ତି, ଜେଲ୍‌ରେ ଥିବା ବେଳେ ଅସୁସ୍ଥତା ହେତୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କ ଅଭିଯୋଗ କେତେ ସତ ତାହା ସ୍ପଷ୍ଟ ହୋଇଯିବ ।

Kandhamal Prisoners Death In Jail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe