Advertisment

ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ ଅଭିଯୋଗ,ବାଟରେ ପଡ଼ିଛି ବାଇକ୍ ଓ ଚପଲ

ଗତକାଲି ସ୍ୱାଗତ ତନ୍ତିଆପାଳ ଥାନା ବାବର ଅଞ୍ଚଳକୁ କିସ୍ତି ପଇସା ଆଦାୟ କରିବାକୁ ଆସିଥିଲେ।

author-image
Tapaswini Nayak
Private finance employee

Private finance employee

ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆ ପାଳ ସାମୁଦ୍ରିକ ଥାନା ଆନ୍ତର୍ଗତ ବାବର ଅଞ୍ଚଳରେ। ନିଖୋଜ ଥିବା କର୍ମଚାରୀ ଜଣଙ୍କ ହେଲେ ରାଜଗଡ଼ ଗ୍ରାମର ସ୍ୱାଗତ ସାମଲ।

Advertisment

ଗତକାଲି ସ୍ୱାଗତ ତନ୍ତିଆପାଳ ଥାନା ବାବର ଅଞ୍ଚଳକୁ କିସ୍ତି ପଇସା ଆଦାୟ କରିବାକୁ ଆସିଥିଲେ। ସନ୍ଧ୍ୟାବେଳେ ବେଳେ ବାବର ଆଇବି ଛକ ପାଖରେ ସ୍ୱାଗତଙ୍କ ମୋଟର ସାଇକଲ ଥୁଆ ହୋଇଥିଲା। ବାଇକ୍ ପଡ଼ିଥିବା କିଛି ଦୂରରେ ତାଙ୍କ ଚପଲ ଏପଟ ସେପଟ ହୋଇ ପଡ଼ିଥିଲା। ସ୍ଥାନୀୟ ଲୋକେ ଏହି ବାଇକ୍‌ଟି ସ୍ୱାଗତଙ୍କର ଚିହ୍ନିଥିଲେ। ଏନେଇ ସ୍ୱାଗତଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ସ୍ୱାଗତଙ୍କୁ ଫୋନ୍ କରିଥିଲେ। ହେଲେ ସ୍ୱାଗତଙ୍କ ଫୋନ୍‌ ସୁଇଚଅଫ୍ ଆସିଥିଲା।

ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ପରେ ପରିବାର ଲୋକେ ତନ୍ତିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସ୍ୱାଗତଙ୍କୁ ଅପହରଣ କରାଯାଇଥିବା ତାଙ୍କ ବଡ଼ ଭାଇ ଅଭିଯୋଗ କରିଛନ୍ତି। ପୁଲିସ ସ୍ୱାଗତଙ୍କୁ ଖୋଜାଖୋଜି କରିବା ସହ ଘଟଣାର ତଦନ୍ତ କରୁଛି।

Advertisment
Odisha Police Kendrapada