Advertisment

ବଢ଼ିଲା ଅଡୁଆ, ଇଡି ଚାର୍ଜସିଟ୍‌ରେ ପ୍ରିୟଙ୍କାଙ୍କ ନାଁ

ଇଡି ଚାର୍ଜସିଟ୍‌ରେ ରବର୍ଟ ଭଦ୍ରାଙ୍କ ସହ ପ୍ରିୟଙ୍କାଙ୍କ ନାଁ ମଧ୍ୟ ଥିବା ସୂଚନା ମିଳିଛି।

Priyanka Gandhi

Priyanka Gandhi

Advertisment

ବଢ଼ିଲା କଂଗ୍ରେସ ମହାସଚିବଙ୍କ ଅଡୁଆ। ଜମି ଦୁର୍ନରୀତି ସହ ଜଡିତ ମନି ଲଣ୍ଡରିଂ ମାମଲାର ଚାର୍ଜସିଟ୍‌ରେ ପ୍ରିୟଙ୍କା ଗାନ୍ଧିଙ୍କ ନାଁକୁ ଯୋଡିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ଚାର୍ଜସିଟ୍‌ରେ ରବର୍ଟ ଭଦ୍ରାଙ୍କ ସହ ପ୍ରିୟଙ୍କାଙ୍କ ନାଁ ମଧ୍ୟ ଥିବା ସୂଚନା ମିଳିଛି। ତେବେ ଏଥିରେ ତାଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇ ନାହିଁ।

Advertisment

ସିସି ଥାମ୍ପି ଏବଂ ସୁମିତ ଚଡ୍ଡାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧିଙ୍କ ନାଁ ଉଲ୍ଲେଖ କରାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ରବର୍ଟ ଭଦ୍ରା ଓ ପ୍ରିୟଙ୍କା ଗାନ୍ଧି ଦିଲ୍ଲୀରେ ରହୁଥିବା ରିଅଲ ଇଷ୍ଟେଟ୍‌ ଏଜେଣ୍ଟ ଜରିଆରେ ହରିୟାଣାରେ ଜମି କିଣିଛନ୍ତି। ଏହି ଏଜେଣ୍ଟ NRI ବ୍ୟବସାୟୀ ସିସି ଥାମ୍ପିଙ୍କୁ ମଧ୍ୟ ଜମି ବିକ୍ରି କରିଥିଲେ। ଇଡି କହିଛି ଯେ ଭଦ୍ରା ଏବଂ ଥାମ୍ପିଙ୍କର ସମ୍ପର୍କ ବେଶ୍‌ ପୁରୁଣା। ସମାନ ବ୍ୟବସାୟ କରିବା ବ୍ୟତୀତ ଉଭୟ ଏକାଠି ଅନେକ କାମ କରନ୍ତି। ଏହା ଏକ ବଡ ମାମଲା, ଯାହା ପଳାତକ ହତିଆର୍‌ ଡିଲର୍‌ ସଞ୍ଜୟ ଭଣ୍ଡାରୀଙ୍କ ସହଜଡିତ। ସଞ୍ଜୟ ଭଣ୍ଡାରୀଙ୍କ ନିକଟସ୍ଥ ଥାମ୍ପି ଏବଂ ଭଦ୍ରା ମଧ୍ୟରେ ଆର୍ଥିକ ସଂଯୋଗର ଯାଞ୍ଚ ବେଳେ ଏହା ପ୍ରକାଶ ପାଇଛି। ତେବେ ଇଡିର ଏହି ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧି ଏବଂ ରବର୍ଟ ଭଦ୍ରାଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇ ନାହିଁ।

୨୦୦୫-୨୦୦୬ ମଧ୍ୟରେ, ରବର୍ଟ ଭଦ୍ରା ଫରିଦାବାଦର ଆମିପୁର ଗାଁରେ ପ୍ରପର୍ଟି ଡିଲର୍‌ ଏଚ୍‌ ଏଲ୍‌ ପାହଓ୍ୱାଙ୍କ ଜରିଆରେ ପ୍ରାୟ ୪୦.୮ଏକର ଜମି କିଣିଥିଲେ। ତେବେ ଡିସେମ୍ବର ୨୦୧୦ରେ ଉକ୍ତ ଜମିକୁ ପୁଣି ଥରେ ଏଚ.ଏଲ ପହୱା ବିକ୍ରି କରି ଦେଇଥିଲେ। ସେହିଭଳି ଏପ୍ରିଲ ୨୦୦୬ ରେ ସେହି ଆମିପୁର ଗାଁରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାମରେ ଏକ ଘର କିଣାଯାଇଥିଲା, ଯାହାକୁ ପୁଣି ଥରେ ଫେବୃଆରୀ ୨୦୧୦ରେ ପହୱାଙ୍କୁ ହିଁ ବିକ୍ରି କରାଯାଇଥିଲା। ସୂଚନାନୁସାରେ, ପହୱା ଥାମ୍ପିଙ୍କ ଅତି ନିକଟତମ, ସେହି ଆମିପୁର ଗାଁରେ ପହୱା ହିଁ ଥମ୍ପିଙ୍କୁ ଜମି କିଣାଇ ଦେଇଥିଲେ।

Advertisment
Congress ED Raid Priyanka Gandhi Vadra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe