Advertisment

ତାମିଲନାଡୁ ମନ୍ତ୍ରୀଙ୍କ ଭାଇକୁ ବାନ୍ଧିଲା ଇଡି, ପୂର୍ବରୁ ଗିରଫ ହୋଇଥିଲେ ମନ୍ତ୍ରୀ

ମନ୍ତ୍ରୀଙ୍କ ପରେ ମନ୍ତ୍ରୀଙ୍କ ଭାଇ ଗିରଫ। ଅର୍ଥ ହେରଫେର୍ ମାମଲାରେ ପୂର୍ବରୁ ତାମିଲନାଡୁ ସରକାରର ଜଣେ ମନ୍ତ୍ରୀ ଗିରଫ ହୋଇଥିବା ବେଳେ ଏବେ ତାଙ୍କ ଭାଇ ଗିରଫ ହୋଇଛନ୍ତି।

Senthil Balaji And His Brother Ashok

Senthil Balaji And His Brother Ashok

Advertisment

ତାମିଲନାଡୁ ମନ୍ତ୍ରୀଙ୍କ ଭାଇଙ୍କୁ ବାନ୍ଧିଲା ଇଡି। ଅର୍ଥ ହେରଫେର୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ତାମିଲନାଡୁ ମନ୍ତ୍ରୀ ସେନ୍ଥିଲ ବାଲାଜିଙ୍କ ଭାଇ ଅଶୋକଙ୍କୁ ଗିରଫ କରିଛି। ବହୁ ବାର ସମନ୍ ସତ୍ତ୍ୱେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ନହେବା ପରେ ତାଙ୍କୁ ଗିରଫଦାରୀ କରାଯାଇଛି। ଜୁନ୍ 14 ରେ ସେନ୍ଥିଲ ବାଲାଜିଙ୍କୁ ଗିରଫ କରିଥିଲା ଇଡି।  

Advertisment

ମନ୍ତ୍ରୀ ସେନ୍ଥିଲଙ୍କୁ ଯାଞ୍ଚ କରୁଥିବା ଇଡିର ଉକ୍ତ ଟିମ୍ ତାଙ୍କ ଭାଇଙ୍କୁ ଗିରଫ କରିଛି। ସେନ୍ଥିଲ ବାଲାଜୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବାର ଗୋଟିଏ ଦିନ ପରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମନି ଲଣ୍ଡରିଂ ମାମଲାରେ ଡିଏମକେ ବିଧାୟକଙ୍କ ବିରୋଧରେ 3000 ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଇଡି। କିନ୍ତୁ ଏପର୍ଯ୍ୟନ୍ତ ଚାର୍ଜସିଟରେ କେବଳ ସେନ୍ଥିଲ ବାଲାଜୀଙ୍କ ନାମ ରହିଛି। ଜୁନ 14ରେ ମଧ୍ୟ ଅର୍ଥ ହେର୍ ଫେର୍ ମାମଲାରେ ଗିରଫ ହୋଇଥିଲେ ମନ୍ତ୍ରୀ ସେନ୍ଥିଲ ବାଲାଜି।

ଏହାପରେ ତାଙ୍କ ପୂରା ପରିବାର ଇଡି ସ୍କାନରରେ ରହିଥିଲେ। ଅଗଷ୍ଟ 10 ରେ, ମନ୍ତ୍ରୀ ସେନ୍ଥିଲ ଏବଂ ତାଙ୍କର କିଛି ସମ୍ପର୍କୀୟଙ୍କୁ ଯାଞ୍ଚ ପରିସରଭୁକ୍ତ କରାଯାଇଥିଲା। ପରେ ଅଶୋକଙ୍କ ପତ୍ନୀଙ୍କୁ ଜେରା କରିଥିଲା ଇଡି। ଏନେଇ ତାଙ୍କ ଭାଇ ଅଶୋକଙ୍କୁ ମଧ୍ୟ ସମନ୍ ପଠାଇଥିଲା। କିନ୍ତୁ ସେ ଇଡି କାର୍ଯ୍ୟାଳୟରେ ହାଜର ନ ହେବାରୁ ତାଙ୍କୁ ଗିରଫ କରାଯାଇଛି। ସେପଟେ ସେନ୍ଥିଲ ବାଲାଜୀଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ଆଣି ପଚରା ଉଚରା କରୁଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗତକାଲି ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଅଗଷ୍ଟ 25 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଦେଇଛି।

Advertisment

ପୂର୍ବ AIADMK ଶାସନ ସମୟରେ ସେ ପରିବହନ ମନ୍ତ୍ରୀ ଥିବାବେଳେ ଚାକିରି ଦେବା ନାଁରେ ଠକେଇ କରିଥିବା ଦର୍ଶାଇଥିଲା ଚେନ୍ନାଇର କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ ପୁଲିସ। ଆର୍ଥିକ କାରବାରର ଖୋଳତାଡ କରି ସେନ୍ଥିଲଙ୍କୁ ଗିରଫ କରିଥିଲା ଇଡି। ସୁପ୍ରିମକୋର୍ଟରେ ମଧ୍ୟ ତାଙ୍କୁ ଜାମିନ ପାଇଁ ଆବେଦନ ହୋଇଥିଲା। ମାତ୍ର ଅଗଷ୍ଟ 7 ରେ ଏ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ। 

Enforcement Directorate Money Laundering Cases Senthil Balaji Probe Agency ED
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe