Advertisment

ବିମାନରେ ଡାକ୍ତରଙ୍କୁ ଅସଦାଚରଣ କରି ପ୍ରଫେସର ଗିରଫ

ବିମାନଟି ଭୋର ୫.୩୦ରେ ଦିଲ୍ଲୀ ବିମାନବନ୍ଦର ଛାଡ଼ିଥିଲା। ବିମାନଟି ମଝି ଆକାଶରେ ଥିବା ବେଳେ ପ୍ରଫେସର ଜଣଙ୍କ ଡାକ୍ତରଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିବା ଆରମ୍ଭ କରିଥିଲେ

author-image
Hemant Lenka
Flight

Flight

ଦିଲ୍ଲୀରୁ ମୁମ୍ବାଇ ଆସୁଥିବା ବିମାନ ଭିତରେ ଘଟିଛି ଲଜ୍ଜାଜନକ ଘଟଣା। ବିମାନ ଭିତରରେ ହିଁ ଜଣେ ୪୭ ବର୍ଷୀୟ ପ୍ରଫେସର ତାଙ୍କ ପାଖରେ ବସି ଯାତ୍ରା କରୁଥିବା ଯୁବ ମହିଳା ଡାକ୍ତରଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଛନ୍ତି। ଏନେଇ ଡାକ୍ତର ଜଣଙ୍କ ଅଭିଯୋଗ କରିବାରୁ ପୁଲିସ୍‌ ଉକ୍ତ ପ୍ରଫେସରଙ୍କୁ ଶୁକ୍ରବାର ଗିରଫ କରିଛି।

Advertisment

ବୁଧବାର ପୂରା ଘଟଣା ଘଟିଥିଲା। ୨୪ ବର୍ଷୀୟ ଡାକ୍ତର ଓ ଅଭିଯୁକ୍ତ ପ୍ରଫେସର ଦିଲ୍ଲୀରୁ ଉଡ଼ାଣ ଭରିଥିଲେ। ସେମାନେ ପାଖାପାଖି ସିଟ୍‌ରେ ମଧ୍ୟ ବସିଥିଲେ। ବିମାନଟି ଭୋର ୫.୩୦ରେ ଦିଲ୍ଲୀ ବିମାନବନ୍ଦର ଛାଡ଼ିଥିଲା। ବିମାନଟି ମଝି ଆକାଶରେ ଥିବା ବେଳେ ପ୍ରଫେସର ଜଣଙ୍କ ଡାକ୍ତରଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିବା ଆରମ୍ଭ କରିଥିଲେ।

ପ୍ରଥମେ ଏକଥା ଡାକ୍ତର ଜଣଙ୍କ ଜାଣି ପାରି ନଥିଲେ। କିନ୍ତୁ ବିମାନ ଲ୍ୟାଣ୍ଡ ହେବାକୁ ଆଉ କିଛି ସମୟ ଥିବା ବେଳେ ପ୍ରଫେସର ପୁଣିଥରେ ଅତ୍ୟନ୍ତ ଆପତ୍ତିଜନକ ଭାବେ ଡାକ୍ତରଙ୍କୁ ଛୁଇଁଥିଲେ। ଏହାକୁ ଦୁଇ ଜଣଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏନେଇ ପୀଡ଼ିତା ଜଣଙ୍କ ବିମାନ କ୍ରୁ ସଦସ୍ୟଙ୍କୁ ଅବଗତ କରାଇଥିଲା। ସେମାନେ ଏଥିରେ ହସ୍ତକ୍ଷେପ କରି ବିମାନ ଲ୍ୟାଣ୍ଡ ହେବା ଯାଏ ସବୁ କିଛିକୁ ସମ୍ଭାଳିଥିଲେ।

Advertisment

ବିମାନଟି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବା ପରେ ମହିଳା ଡାକ୍ତର ଜଣଙ୍କ ସିଧା ସାହାର ପୁଲିସ୍‌ ଷ୍ଟେସନରେ ପହଞ୍ଚି ଅଭିଯୁକ୍ତ ବିରୋଧରେ ଅସଦାଚରଣ ଅଭିଯୋଗ କରିଥିଲେ।

ପୁଲିସ୍‌ ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପ୍ରଫେସରଙ୍କୁ ଗିରଫ କରିଥିଲା। ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ସେ ଜାମିନ ପାଇଁ ଆବେଦନ କରିଥିଲେ। କୋର୍ଟ ମଧ୍ୟ ପ୍ରଫେସରଙ୍କୁ ଜାମିନ ଦେଇଛନ୍ତି। ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ କରୁଛି।

Misbehave In Flight