Advertisment

ଅଧ୍ୟକ୍ଷଙ୍କୁ ପ୍ରବଳ ପିଟିଲେ ଅଧ୍ୟାପକ

ପ୍ରିନ୍ସିପାଲଙ୍କ ବଦଳିକୁ ନେଇ ଅଧ୍ୟକ୍ଷଙ୍କୁ ଏପରି ମାଡ଼ ମାରାଯାଇଥିବା ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଏଫଆଇଆର ହୋଇଛି।

Attack

Attack

Advertisment

ଖୋର୍ଦ୍ଧାରେ ଥିବା ହଳଦିଆ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ହୋଇଛି ପ୍ରବଳ ମାଡ଼। କଲେଜର ପରିଚାଳନା କମିଟି ସଭାପତି ଓ ଜଣେ ଅଧ୍ୟାପକ ତାଙ୍କୁ ଚ୍ୟାମ୍ବରରେ ପଶି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଧ୍ୟକ୍ଷଙ୍କୁ ମାଡ଼ ମାରାଯାଇଥିବା ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। 

Advertisment

ଅଭିଯୋଗ ଅନୁଯାଇ ଅଧ୍ୟକ୍ଷ ଉମାକାନ୍ତ ପାତ୍ର ଆଜି ସକାଳ ପ୍ରାୟ ୮.୩୦ରେ ସମୟରେ ନିଜ ପ୍ରକୋଷ୍ଠରେ ଗାମୁଛା ପିନ୍ଧି ବସି ରହିଥିଲେ। ଏହି ସମୟରେ କଲେଜ ପରିଚାଳନା କମିଟି ସଭାପତି ରଞ୍ଜନ କୁମାର ଭଞ୍ଜ, ଇତିହାସ ବିଭାଗର ଅଧ୍ୟାପକ ବିଜୟ କୁମାର ଭଞ୍ଜ ଦେଓଙ୍କ ସମେତ ସ୍ଥାନୀୟ ଅଞ୍ଚଳର ରବି ନାରାୟଣ ଭଞ୍ଜ ସାମନ୍ତ, ପ୍ରଦୀପ୍ତ କୁମାର ଭଞ୍ଜ, ଭବାନୀ ପ୍ରସାଦ ପଟ୍ଟନାୟକ ଓ ଶ୍ରୀକାନ୍ତ କୁମାର ଭଞ୍ଜ ସେଠାରେ ପହଞ୍ଚିଥିଲେ। ସେମାନେ ପ୍ରଥମେ କିଛି କାଗଜ ଦେଖାଇଥିଲେ।

ଏହାପରେ ଅଧ୍ୟକ୍ଷ ଉମାକାନ୍ତଙ୍କୁ ପ୍ରିନ୍ସିପାଲଙ୍କ ସିଟ୍‌ ଓ କଲେଜ କ୍ୟାମ୍ପସ ଛାଡ଼ି ଚାଲି ଯିବାକୁ କହିଥିଲେ। ହେଲେ ଉମାକାନ୍ତ ସେମାନଙ୍କ କଥାରେ ରାଜି ହୋଇ ନଥିଲେ। ଆଇନଗତ ଉପାୟରେ ସବୁ କିଛି ସେମାନେ କରିପାରିବେ ବୋଲି କହିଥିଲେ। 

Advertisment

ଏକଥା ଶୁଣି ସେମାନେ ପ୍ରଫେସର ଉମାକାନ୍ତଙ୍କୁ ଧକ୍କା ଓ ଚାପୁଡ଼ା ମାରିଥିଲେ। ଇତିହାସ ଅଧ୍ୟାପକ ଭଞ୍ଜ ଦେଓ ତାଙ୍କ ତଣ୍ଟିକୁ ଧରି ରୁମରୁ ଠେଲି ବାହାର କରିଦେବାକୁ ଚେଷ୍ଟା କରିଥିଲେ। ଏଥିଯୋଗୁ ଉମାକାନ୍ତଙ୍କ ବେଗରେ ଆଘାତ ଲାଗିଛି। ଘଟଣା ବେଳେ କଲେଜର ପିଓନ ଓ ୱାଚମ୍ୟାନ ଉପସ୍ଥିତ ଥିବା ଉମାକାନ୍ତ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। 

ଘଟଣା ପରେ ଆକ୍ରମଣକାରୀମାନେ ଫେରାର ହୋଇ ଯାଇଥିଲେ। ପୂରା ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି। ସ୍ଥାନୀୟ ଅଞ୍ଚଳର କିଛି ଲୋକ ଖବର ପାଇ ଆକ୍ରମଣରେ ସାମାନ୍ୟ ଆହତ ହୋଇଥିବା ଉମାକାନ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସେଠାରେ ନିଜର ଚିକିତ୍ସା କରାଇବା ପରେ ଅଧ୍ୟକ୍ଷ ଉମାକାନ୍ତ ପାତ୍ର ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ପହଂଚି ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏନେଇ କାହାର ବି ପ୍ରତିକ୍ରିୟା ମିଳିପାରି ନାହିଁ। ପୁଲିସ୍‌ ଏବେ ଘଟଣାର ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜର ଯାଞ୍ଚ ଆରମ୍ଭ କରିଛି।

Odisha Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe