Advertisment

IPS ଅଧିକାରୀଙ୍କ ସ୍ୱାମୀଙ୍କ ଘରେ ଚଢାଉ, ୧୫୦ କୋଟି ଟଙ୍କାର ସମ୍ପତ୍ତି ଜବତ

ଆଇପିଏସ ଅଧିକାରୀଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଥିବା ୨୬୩ କୋଟି ଟଙ୍କାର ଆୟକର ଫେରସ୍ତ ଜାଲିଆତି ମାମଲାରେ ତଦନ୍ତ ସମୟରେ ଇଡି କୋଟି କୋଟି ଟଙ୍କାର ଜମିଜମା କାଗଜପତ୍ର ଜବତ କରିଛି।

author-image
Debibandita Barick
ED

ED

ମହାରାଷ୍ଟ୍ରର ଜଣେ ଆଇପିଏସ ଅଧିକାରୀଙ୍କ ଘରେ ତଦନ୍ତ ସମୟରେ ୧୫୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଇପିଏସ ଅଧିକାରୀଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଥିବା ୨୬୩ କୋଟି ଟଙ୍କାର ଆୟକର ଫେରସ୍ତ ଜାଲିଆତି ମାମଲାରେ ତଦନ୍ତ ସମୟରେ ଇଡି କୋଟି କୋଟି ଟଙ୍କାର ଜମିଜମା କାଗଜପତ୍ର ଜବତ କରିଛି।

Advertisment

ସୂଚନା ଅନୁସାରେ, ଆଇପିଏସ ଅଧିକାରୀଙ୍କ ସ୍ୱାମୀ ପୁରୁଷୋତ୍ତମ ଚୌହ୍ୱାନଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଚଳିଚ ସପ୍ତାହ ପୂର୍ବରୁ ଗିରଫ କରିଥିଲା।  ୨୬୩ କୋଟି ଟଙ୍କାର ଆୟକର ଫେରସ୍ତ ଜାଲିଆତି ମାମଲାରେ ଇଡି ତାଙ୍କୁ ଗିରଫ କରିଛି।

ଏହି ମାମଲାକୁ ନେଇ କିଛି ଦିନ ପୂର୍ବେ କୋଲାବା ସ୍ଥିତ ଆଇପିଏସ୍ ଅଧିକାରୀଙ୍କ ସରକାରୀ ବାସଭବନରେ ଖୋଳତାଡ଼ କରିଥିଲା ଇଡି, ଯେଉଁ ସମୟରେ ୧୫୦ କୋଟି ଟଙ୍କାର ଜମିଜମା କାଗଜପତ୍ର ଜବତ ହୋଇଛି। 

Advertisment

ତଦନ୍ତ ସମୟରେ ଅଧିକାରୀମାନେ ୱର୍ଲିରେ ଦୁଇଟି ବଡ଼ ଫ୍ଲାଟ ସମେତ ମୁମ୍ବାଇ ଏବଂ ଥାଣେରେ ଥିବା ପ୍ରାୟ ୧୪ଟି ଫ୍ଲାଟର ଡକ୍ୟୁମେଣ୍ଟ ପାଇଛନ୍ତି। ଅଧିକାରୀମାନେ TDR(ଟ୍ରାନ୍ସଫରେବଲ ଡେଭଲପମେଣ୍ଟ ରାଇଟ୍ସ) ଦଲିଲ ମଧ୍ୟ ପାଇଛନ୍ତି। ଏହିସବୁ ସମ୍ପତ୍ତିର ମୋଟ ମୂଲ୍ୟ ପ୍ରାୟ ୧୫୦ କୋଟି ଟଙ୍କା ହେବ।

ଜବତ ହୋଇଥିବା ସମ୍ପତ୍ତି ଡକ୍ୟୁମେଣ୍ଟଗୁଡିକ ଏକାଧିକ ବ୍ୟକ୍ତିଙ୍କ ନାମରେ ପଞ୍ଜିକୃତ ହୋଇଥିବା ବେଳେ ଇଡି ତଦନ୍ତ ପ୍ରକ୍ରିୟା ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। 

Ed Enforcement Directorate IPS Officer Raid In IPS Officer's Home IPS Officer's Husband Arrest