Advertisment

ଗଞ୍ଜେଇ କାରବାରରୁ ବାପ, ପୁଅ କୋଟିପତି; ଜବତ ହେଲା ଆଖି ଖୋସିଦେଲା ଭଳି ଅଚଳାଚଳ ସମ୍ପତ୍ତି

ନିଶା କାରବାର କରି ଠୁଳ କରୁଥିବା ବହୁ ସଂଖ୍ୟକ ପ୍ଲଟ, ଏକାଧିକ ଆଲିସାନ୍ ଘର, ଦୋକାନ, ଗୋଦାମ, କାର, ପ୍ରଭୃତିକୁ ଜବତ କରିଛି ପୁଲିସ।

ଅଦ୍ୟତନ ହୋଇଛି
Property of Ganja Mafia seized

Property of Ganja Mafia seized

Advertisment

ନିଶା କାରବାରରୁ କୋଟିପତି ହୋଇଥିବା ଓ ଆଖି ଖୋସିଦେଲା ଭଳି ଅଚଳାଚଳ ସମ୍ପତ୍ତି ଠୁଳ କରିଥିବା ମାଫିଆ ବାପ, ପୁଅଙ୍କୁ ଗିରଫ କରିଛି ଏସ୍‌ଟିଏଫ୍ ଓ ବ୍ରହ୍ମଗିରି ପୁଲିସ। ନିଶା କାରବାର କରି ଠୁଳ କରୁଥିବା ବହୁ ସଂଖ୍ୟକ ପ୍ଲଟ, ଏକାଧିକ ଆଲିସାନ୍ ଘର, ଦୋକାନ, ଗୋଦାମ, କାର, ପ୍ରଭୃତିକୁ ଆଜି ଜବତ କରିଛି ପୁଲିସ। ଯାହାର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରିଛି ପୁଲିସ। ଏହି କୁଖ୍ୟାତ ଗଞ୍ଜେଇ ମାଫିଆ ବାପ, ପୁଅ ହେଉଛନ୍ତି ବ୍ରହ୍ମଗିରିର ବିଜୟ ପାଣି(୫୦) ଓ ତାଙ୍କ ପୁଅ ସତ୍ରୁଜିତ୍ ପାଣି ଓରଫ ପିଣ୍ଟୁ(୨୩)।

Advertisment

ଚଳିତମାସ ୩ ତାରିଖରେ ସେମାନେ ଗିରଫ ହୋଇଥିଲେ। ସେମାନଙ୍କ ଘରୁ ୬୨୪ କେଜିରୁ ଅଧିକ(ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା) ଗଞ୍ଜେଇ ଜବତ କରିଥିଲା ବ୍ରହ୍ମଗିରି ଥାନା ପୁଲିସ ଓ ଏସ୍‌ଟିଏଫ୍। ଏଥିସହ ତାଙ୍କ ଘରୁ ୪ ହାତ ତିଆରି ବୋମା ଜବତ କରାଯାଇଥିଲ।

ଆଗାମୀ ରଥଯାତ୍ରାକୁ ଲକ୍ଷ୍ୟ କରି ସେମାନେ କନ୍ଧମାଳ ଓ ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଆଣି ବିଭିନ୍ନ ସ୍ଥାନରେ ଠୁଳ କରି ରଖୁଥିଲେ। ରଥଯାତ୍ରାରେ ବିଭିନ୍ନ ଅସାଧୁ ନିଶା ବ୍ୟବସାୟୀଙ୍କ ଜରିଆରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ।

Advertisment
Property of Ganja Mafia seizedନିଶା ମାଫିଆଙ୍କ ଅଲିସାନ୍ ଘର

ଦୀର୍ଘ ଦିନ ଧରି ସେମାନେ ଏହି ଅସାଧୁ କାରବାରରେ ସଂପୃକ୍ତ ଥିଲେ। ତେଣୁ ସେମାନଙ୍କ ଆର୍ଥିକ କାରବାର ଓ ରୋଜଗାର ଉତ୍ସ ଜାଣିବାକୁ ପୁଲିସ ଖୋଳତାଡ଼ କରିଥିଲା। ଆଜି ଏଥିନିମନ୍ତେ ସଦର ଏସ୍‌ଡିପିଓ କେସି ମୁଣ୍ଡଙ୍କ ନେତୃତ୍ୱରେ ୩ ଆଇଆଇସି , ୬ ଏସ୍‌ଆଇ, ୮ ଏଏସ୍‌ଆଇ ଓ ଗୋଟିଏ ପ୍ଲାଟୁନ୍‌ ଫୋର୍ସକୁ ନେଇ ଗଠିତ ଟିମ୍ ଅତିରିକ୍ତ ଏସ୍‌ପି ମିହିର ପଣ୍ଡାଙ୍କ ନିରୀକ୍ଷଣରେ ଏହି ମାଫିଆଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲେ। ଚଢ଼ାଉରେ ଏହି ମାଫିଆଙ୍କ ବିପୁଳ ପରିମାଣର ବେଆଇନ୍‌ ଉପାର୍ଜିତ ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ ଜବତ କରାଯାଇଛି। ଯାହାର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ।

ସ୍ଥାବର ସମ୍ପତ୍ତି ମଧ୍ୟରେ ପୁରୀ ସହର ନିକଟରେ ୯ଟି ପ୍ଲଟ, ୪ଟି ସ୍ଥାନରେ ଆଲିସାନ୍ ଘର ରହିଛି। ଅସ୍ଥାବର ସମ୍ପତ୍ତି ଭିତରେ ଦୁଇଟି ଦାମୀ କାର୍ ଓ ଗୋଟିଏ ବାଇକ୍ ରହିଛି। ନିଶାକାରରୁ ସେମାନେ ଏହି ବିପୁଳ ସମ୍ପତ୍ତି ଠୁଳ କରିଥିବା ତଦନ୍ତ ବେଳେ ଜଣାପଡ଼ିଛି। କାରଣ ଏହି ସମ୍ପତ୍ତି କିପରି ଅର୍ଜନ କଲେ ପରିବାର ଲୋକେ ତାହାର ରୋଜଗାର ଉତ୍ସ ଦର୍ଶାଇ ପାରି ନ ଥିଲେ।

Property of Ganja Mafia seizedଜବତ କାର୍

କୋଲକୋତା ସ୍ଥିତ SAFEMA ବରିଷ୍ଠ ଅଧିକାରୀଙ୍କ ଠାରୁ ଏହି ସମ୍ପତ୍ତିକୁ ବାଜ୍ୟାପ୍ତି ପାଇଁ ଅନୁମତି ମିଳିଥିବା ଟାଉନ୍ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଏସପି କେ.ବିଶାଲ ସିଂହ ସୂଚନା ଦେଇଛନ୍ତି।

ପୂର୍ବରୁ ଚଳିତ ମାର୍ଚ୍ଚ ୩୧ରେ ମଧ୍ୟ ଜଣେ ବ୍ରାଉନ୍ ସୁଗାର ମାଫିଆଙ୍କୁ ଗିରଫ କରିବା ପରେ ତା’ ଠାରୁ ୧ କୋଟିରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରି ବାଜ୍ୟାପ୍ତି ହୋଇଥିଲା ବୋଲି ପୁଲିସ ସୂଚନା ଦେଇଛି। ପୁରୀକୁ ନିଶା ମାଫିଆମାନେ ସେମାନଙ୍କ ପେଣ୍ଠସ୍ଥଳ କରୁଥିବା ବେଳେ ପୁଲିସ ଧରପଗଡ଼କୁ ଜୋରଦାର କରିଥିବା କହିଛି।

Puri Property Seized Ganja Seized Mafia Rule
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe