Advertisment

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଘରମୁହାଁ ହେଲେ ବିକ୍ଷୋଭକାରୀ; ପୁଲିସ୍‌ ଛାଡ଼ିଲା ଲୁହବୁହା ଗ୍ୟାସ୍‌

ଇମ୍ଫାଲର ହିଙ୍ଗାଗ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂଙ୍କ ପୈତୃକ ଘର ରହିଛି। ଉକ୍ତ ଘରେ କେହି ରହୁ ନ ଥିବା ବି ସେଠାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥ ଗ୍ରହଣ କରାଯାଇଛି।

ଅଦ୍ୟତନ ହୋଇଛି
Manipur

Manipur

Advertisment

ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ପରେ ପୁଣି ଥରେ ଅଶାନ୍ତ ହୋଇ ଉଠିଲାଣି ମଣିପୁର। ରାସ୍ତାକୁ ଓହ୍ଲାଇ ଗର୍ଜିଲେଣି ଲୋକେ। ଆରମ୍ଭ ହେଲାଣି ବିକ୍ଷୋଭ । ଗତକାଲି ରାତିରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ପୈତୃକ ବାସଭବନ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ୍‌ ଲୁହବୁହା ଗ୍ୟାସ୍‌ ପ୍ରୟୋଗ ସହ ଫାଙ୍କା ଗୁଳିଚାଳନା ଓ ବ୍ୟାରିକେଡ କରି ସେମାନଙ୍କୁ ଘଉଡ଼ାଇ ଦେଇଛି।

Advertisment

ଇମ୍ଫାଲର ହିଙ୍ଗାଗ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂଙ୍କ ପୈତୃକ ଘର ରହିଛି। ଉକ୍ତ ଘରେ କେହି ରହୁ ନ ଥିବା ବି ସେଠାରେଳ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥ ଗ୍ରହଣ କରାଯାଇଛି।

ମାତ୍ର ଗତକାଲି ରାତିରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଶତାଧିକ ଲୋକ ଗତକାଲି ଦୁଇ ପଟୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନମୁହାଁ ହୋଇଥିଲେ। ମାତ୍ର ପ୍ରାୟ ଶହେ, ଦେଢଶ ମିଟର ଦୂରରୁ ପୁଲିସ୍‌ ସେମାନଙ୍କୁ ଅଟକାଇବାକୁ ସକ୍ଷମ ହୋଇଥିଲା।

Advertisment

ଏହାପରେ ଭିଡ଼ ହଟାଇବାକୁ ରାପିଡ ଆକ୍ସନ ଫୋର୍ସ ଓ ରାଜ୍ୟ ପୁଲିସ୍‌ ଫୋର୍ସ ଆନ୍ଦୋଳନକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ। ଏପରିକି ଅଞ୍ଚଳର ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଘର ଚାରିପଟେ ବ୍ୟାରିକେଡ କରି ଦିଆଗଲା।

ମଣିପୁରରେ ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ମଙ୍ଗଳବାର ଓ ବୁଧବାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରଦର୍ଶନ କରାଗଲା। ଗୁରୁବାର ସକାଳେ ଭିଡ ଇମ୍ଫାଲର ପଞ୍ଚାମ ଜିଲ୍ଲାରେ ଥିବା ସରକାରୀ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ଦୁଇଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାକୁ ଦୃଷ୍ଟିରେ ରଖି ପୂର୍ବ ଓ ପଶ୍ଚିମ ଇମ୍ଫାଲରେ କର୍ଫ୍ୟୁ ଜାରି କରାଯାଇଛି।

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ମଣିପୁର ଜଳୁଥିବା ବେଳେ ଦୁଇ ଶିକ୍ଷାର୍ଥୀ ଜୁଲାଇ ୬ରେ ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କୁ ହତ୍ୟା କରାଯାଇଥିବା ଭିଡିଓ ସାମନାକୁ ଆସିଥିଲା। ଏହାକୁ ନେଇ ମଣିପୁର ଅଶାନ୍ତ ହୋଇ ଉଠିଥିବା ବେଳେ ନ୍ୟାୟ ପାଇଁ ଶିକ୍ଷାର୍ଥୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe