Advertisment

ଅନଲାଇନ୍‌ ଗେମ୍‌ ଖେଳିବା ମହଙ୍ଗା ପଡ଼ିଲା, ସସ୍‌ପେଣ୍ଡ ହେଲେ ସବ୍‌-ଇନ୍ସପେକ୍ଟର

ମହାରାଷ୍ଟ୍ର ପୁଲିସ୍‌ କମିଶନ କାର୍ଯ୍ୟାଳୟରେ ନିୟୋଜିତ ସବ୍‌- ଇନ୍ସପେକ୍ଟର ସୋମନାଥ ଝଣ୍ଡେ କିଛି ଦିନ ପୂର୍ବେ ଡ୍ରିମ୍‌ ଇଲେଭନ(dream 11 ) ଆପ୍‌ରେ ନିଜ ଟିମ୍‌ ତିଆରି କରିଥିଲେ।

Suspend

Suspend

Advertisment

ଅନଲାଇନ୍‌ ଗେମ୍‌ ଖେଳି ମାଲେମାଲ ହେଲେ। ଏକାଥରେ ଜିତିଲେ ଦେଢ କୋଟି। ମାତ୍ର ଖୁସି ବେଶି ସମୟ ରହିଲା ନାହିଁ। କାରଣ ପୁଲିସ୍‌ ବର୍ଦ୍ଦିରେ ରହି ଅନଲାଇନ୍‌ ଗେମିଂରେ ଖେଳିବା ପଡ଼ିଲା ମହଙ୍ଗା । ଏହି ଘଟଣାର ତଦନ୍ତ ହେବା ପରେ ବାବୁଙ୍କ ହାତରୁ ଚାଲିଗଲା ପୁଲିସ୍‌ ଚାକିରି। ଆଉ ସସ୍‌ପେଣ୍ଡ ହେଲେ ଅଧିକାରୀ। ଏପରି ଏକ ଘଟଣା ମହାରାଷ୍ଟ୍ରରେ ଘଟିଛି। ସମ୍ପୃକ୍ତ ସବ୍‌-ଇନ୍ସପେକ୍ଟରଜଣକ ହେଲେ ସୋମନାଥ ଝଣ୍ଡେ।

Advertisment

ମହାରାଷ୍ଟ୍ର ପୁଲିସ୍‌ କମିଶନ କାର୍ଯ୍ୟାଳୟରେ ନିୟୋଜିତ ସବ୍‌- ଇନ୍ସପେକ୍ଟର ସୋମନାଥ ଝଣ୍ଡେ କିଛି ଦିନ ପୂର୍ବେ ଡ୍ରିମ୍‌ ଇଲେଭନ(dream 11 ) ଆପ୍‌ରେ ନିଜ ଟିମ୍‌ ତିଆରି କରିଥିଲେ। ଭାଗ୍ୟକୁ ତାଙ୍କ ଟିମ୍‌ ରାଙ୍କ୍‌-୧ରେ ରହିଯିବାରୁ ସେ ଦେଢ କୋଟି ଟଙ୍କା ଜିତିଲେ।

ଏହି ଘଟଣା ପ୍ରଚାରିତ ହେବା ପରେ ସମ୍ପୃକ୍ତ ସବ୍‌ ଇନ୍ସପେକ୍ଟରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ କହିଥିଲେ।

Advertisment

ଏନେଇ ପୁଲିସ୍‌ ବିଭାଗ ପକ୍ଷରୁ କୁହାଯାଇଛି, ପୁଲିସ୍‌ ବିଭାଗର ବିନା ଅନୁମତିରେ ବର୍ଦ୍ଦିରେ ଥିବା ବେଳେ ଝଣ୍ଡେ ଅନଲାଇନ୍‌ ଗେମ୍‌ ଖେଳିଥିଲେ। ସେହିପରି ଗେମ୍‌ ଖେଳି ଟଙ୍କା ଜିତିବା ପରେ ବର୍ଦ୍ଦିରେ ଥାଇ ସେ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି। ଏହାଦ୍ୱାରା ପୁଲିସ୍‌ ବିଭାଗର ଭାବମୂର୍ତ୍ତିରେ ଆଞ୍ଚ ଆସିଛି। ତେଣୁ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିବା ପୁଲିସ୍‌ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଏହି ଘଟଣାକୁ ନେଇ ମହାରାଷ୍ଟ୍ରରେ ତମ୍ବି ତୋଫାନ ହୋଇଥିବା ବେଳେ ଭାଜପାର ସ୍ଥାନୀୟ ନେତା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶଙ୍କ ନିକଟରେ ଅଭିଯୋଗ କରିଥିଲେ। ସବ୍‌ ଇନ୍ସପେକ୍ଟର ଜଣକ ବର୍ଦ୍ଦିରେ ଥିବା ବେଳେ ଅନ୍‌ଲାଇନ୍‌ ଗେମିଂ ଖେଳିବା ସହ ଏଥିପ୍ରତି ଯୁବବର୍ଗଙ୍କୁ ଆକୃଷ୍ଟ କରୁଥିବା ସେ ଅଭିଯୋଗ କରିଥିଲେ।

Mumbai Police Suspend;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe