Thief Steals Jewellery
ଦିନ ଦ୍ୱିପ୍ରହରେ ଏକ ଦମ୍ପତିଙ୍କଠୁ ୫ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଛନ୍ତି ଲୁଟେରା। ଅତି ଚତୁରତାର ସହ 'ଆପଣଙ୍କର କଣ ତଳେ ପଡ଼ି ଯାଇଛି' କହି ଅଳଙ୍କାର ଥିବା ବ୍ୟାଗ୍ ନେଇ ଯାଉଥିବା ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି।
ସୂଚନା ଅନୁସାରେ, ମହାରାଷ୍ଟ୍ର ପୁଣେରେ ଏହି ଘଟଣା ଘଟିଛି। ଏକ ଦମ୍ପତି ବ୍ୟାଙ୍କରୁ ଫେରିବା ପରେ ରାସ୍ତାକଡ଼ ଏକ ବଡ଼ା ପାୱ ଦୋକାନରେ ଅଟକି ଥିଲେ। ପୁରୁଷ ଜଣକ ଦୋକାନକୁ ଯାଇ ଥିବାବେଳେ ମହିଳା ସ୍କୁଟର ପାଖରେ ଛିଡ଼ା ହୋଇଥିଲେ।
ସିସିଟିଭି ଫୁଟେଜରେ ଦେଖା ଯାଉଛି ଯେ, ମହିଳା ଜଣକ ସ୍କୁଟର ନିକଟରେ ଛିଡ଼ା ହୋଇ ଥିବାବେଳେ ବାଇକରେ ଆସି ଜଣେ ଯୁବକ ତାଙ୍କୁ 'ଆପଣଙ୍କର କିଛି ପଡ଼ି ଯାଇଥିବା' କହିଥିଲେ। ଏହା ପରେ ମହିଳା ଜଣକ ତଳକୁ ଚାହିଁ ଦେଖିବା ସମୟରେ ଅତି ଚତୁରତାର ସହ ଅନ୍ୟ ଜଣେ ଯୁବକ ସୁନା ଅଳଙ୍କାର ଥିବା ବ୍ୟାଗ୍ ନେଇ ଛୁ ମାରିଥିଲେ।
ଏହାପରେ ମହିଳା ଜଣକ ପାଟି କରି ଡାକିବାରୁ ପାଖରେ ଥିବା ଦୋକାନୀ ଏବଂ ଲୋକମାନେ ଦୌଡ଼ି ଆସିଥିଲେ। କିନ୍ତୁ ଲୁଟେରାଙ୍କୁ କାବୁ କରିପାରି ନ ଥିଲେ। ବ୍ୟାଗରେ ସୁନା ଗହଣା ସମେତ ବ୍ୟାଙ୍କ ଡକ୍ୟୁମେଣ୍ଟ ଏବଂ ମୋବାଇଲ ଫୋନ ମଧ୍ୟ ଥିବା ଜଣାପଡିଛି।
ଏନେଇ ଦମ୍ପତି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। କିନ୍ତୁ ଖବର ଲେଖା ହେବା ସୁଦ୍ଧା କେହି ଧରା ପଡ଼ିନଥିଲେ।
In Pune, a couple’s gold jewellery valued at ₹4.95 lakh was stolen while they paused to buy vada pav after retrieving it from a bank
pic.twitter.com/VKRll2OWpb— Ghar Ke Kalesh (@gharkekalesh) August 30, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
