Advertisment

ଧାର୍ମିକ ଭାବନାକୁ ଆଘାତ: ପୁଣେ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ୫ ଛାତ୍ର ଗିରଫ

ବିଶ୍ୱବିଦ୍ୟାଳୟରେ ‘ରାମଲୀଳା’ ନାଁରେ ଗୋଟିଏ ନାଟକ ପରିବେଷଣ କରାଯାଇଥିଲା। ଏଥିରେ ଅନେକ ଆପତ୍ତିଜନକ ଦୃଶ୍ୟ ଓ ସଂଳାପ ରହିଥିବା ଅଭିଯୋଗ ହୋଇଥିଲା।

Pune

Pune

Advertisment

ସାବିତ୍ରୀବାଈ ଫୁଣେ ପୁଣେ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଓ ୫ ଜଣ ଶିକ୍ଷାର୍ଥୀଙ୍କୁ ପୁଲିସ ଆଜି ଗିରଫ କରିଛି। ସେମାନେ ଗୋଟିଏ ନାଟକ ଜରିଆରେ ହିନ୍ଦୁ ଧର୍ମର ଲୋକଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି।

Advertisment

ବିଶ୍ୱବିଦ୍ୟାଳୟରେ ‘ରାମଲୀଳା’ ନାଁରେ ଗୋଟିଏ ନାଟକ ପରିବେଷଣ କରାଯାଇଥିଲା। ଏଥିରେ ଅନେକ ଆପତ୍ତିଜନକ ଦୃଶ୍ୟ ଓ ସଂଳାପ ରହିଥିବା ଅଭିଯୋଗ ହୋଇଥିଲା।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଷ୍ଟେଜ ଉପରେ ଜଣେ ପୁରୁଷ କଳାକାର ମା’ ସୀତାଙ୍କ ଭୂମିକାରେ ରହିଛନ୍ତି। ସେ ସିଗାରେଟ ଟାଣିବା ସହ ବିଭିନ୍ନ ପ୍ରକାରର ଅସଭ୍ୟ ଭାଷା ପ୍ରୟୋଗ କରୁଛନ୍ତି।

Advertisment

ଶୁକ୍ରବାର ଏହି ନାଟକକୁ ବିଶ୍ୱବିଦ୍ୟାଳୟରେ ଆୟୋଜନ କରାଯାଇଥିଲା। ଏଥିରେ ଆପତ୍ତିଜନକ ଦୃଶ୍ୟ ଥିବାରୁ ଏବିଭିପି ପକ୍ଷରୁ ବିରୋଧ କରାଯାଇଥିଲା। ଏହାକୁ ନେଇ ଏବିଭିପି ଓ ପୁଣେ ବିଶ୍ୱବିଦ୍ୟାଳୟର ଲଳିତ କଳା କେନ୍ଦ୍ରର ଶିକ୍ଷାର୍ଥୀଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ମଧ୍ୟ ହୋଇଥିଲା।

ଏହା ବିରୋଧରେ ଏବିଭିପି କାର୍ଯ୍ୟକର୍ତ୍ତା ହର୍ଷବର୍ଦ୍ଧନ ହାରପୁଡେ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ୨୯୫ ଏ ଓ ଅନ୍ୟ ଦଫାରେ ମାମଲା କରିଥିଲା।

ଏହାପରେ ଆଜି ପୁଣି ଲଳିତ କଳା କେନ୍ଦ୍ରର ବିଭାଗୀୟ ମୁଖ୍ୟ ଡ ପ୍ରବୀଣ ଭୋଲେ, ୫ ଜଣ ଛାତ୍ର ଭବେଶ ପାଟିଲ, ଜୟ ପେଦନେକର, ପ୍ରଥମେଶ ସାୱନ୍ତ, ଋଷିକେଶ ଡାଲଭି ଓ ୟଶ ଚିଖଲେଙ୍କୁ ଗିରଫ କରିଛି।

Students Pune
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe