Advertisment

ହୋଟେଲକୁ ଡାକି ବାନ୍ଧବୀଙ୍କୁ ଗୁଳି କରି ଦେଲେ

ଦୀର୍ଘ ୧୦ ବର୍ଷର ସମ୍ପର୍କରେ ପଡ଼ିଲା ଭଟ୍ଟା। ବାନ୍ଧବୀ ଆଉ କାହା ପ୍ରେମରେ ମାତିଥିବା ଭାବି ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କଲେ ପୁରୁଷ ବନ୍ଧୁ।

ଅଦ୍ୟତନ ହୋଇଛି
Vandana Dwived & Rishabh Nigam

Vandana Dwived & Rishabh Nigam

Advertisment

ଦୀର୍ଘ ୧୦ ବର୍ଷର ସମ୍ପର୍କରେ ପଡ଼ିଲା ଭଟ୍ଟା। ବାନ୍ଧବୀ ଆଉ କାହା ପ୍ରେମରେ ମାତିଥିବା ଭାବି ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କଲେ ପୁରୁଷ ବନ୍ଧୁ। ଏଥିନିମନ୍ତେ ସେ ବାନ୍ଧବୀଙ୍କୁ ଏକ ହୋଟେଲକୁ ନେଇ ତାଙ୍କ ସହ ସମୟ ବିତାଇବା ସହ ଶେଷରେ ଗୁଳି କରି ତାଙ୍କ ଜୀବନ ନେଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ପୁଣେରେ ଘଟିଛି। ମୃତା ଯୁବତୀଜଣକ ଆଇଟି ଇଞ୍ଜିନିୟର ବନ୍ଦନା ଦ୍ୱିବେଦୀ ବୋଲି ଜଣାଯାଇଛି। ବନ୍ଦନାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ବୟଫ୍ରେଣ୍ଡ ରିଷଭ ନିଗମଙ୍କୁ ଗିରଫ କରିଛି।

Advertisment

ବନ୍ଦନା ପୁଣେର ଏକ ପ୍ରତିଷ୍ଠିତ ସଫ୍ଟୱେର କମ୍ପାନୀରେ କାମ କରୁଥିଲେ। ରିଷଭଙ୍କ ଘର ଉତ୍ତରପ୍ରଦେଶର ଲକ୍ଷ୍ନୌରେ । ସେ ଲକ୍ଷ୍ନୌରେ ରହୁଥିବା ବେଳେ ବନ୍ଦନାଙ୍କୁ ସାକ୍ଷାତ କରିବାକୁ ପୁଣେ ଆସୁଥିଲେ।

ଗତ କିଛି ଦିନ ତଳେ ସେ ପୁଣେ ଯାଇଥିବା ବେଳେ ଏକ ଏକ ଓୟୋ ରୁମ୍‌ ବୁକ୍‌ କରି ସେଠାରେ ଗତ ୨୫ ତାରିଖରୁ ରହୁଥିଲେ। ମାତ୍ର ଶନିବାର ରାତି ପ୍ରାୟ ୧୦ଟା ବେଳେ ରିଷଭ ଏକୁଟିଆ ହୋଟେଲ ରୁମ୍‌ରୁ ବାହାରି ପଳାଇ ଯାଇଥିଲେ।

Advertisment

ଏନେଇ ହୋଟେଲ କର୍ତ୍ତୃପକ୍ଷଙ୍କର ସନ୍ଦେହ ହେବାରୁ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି କବାଟ ଭାଙ୍ଗି ବନ୍ଦନାଙ୍କ ମୃତଦେହ ବେଡରେ ପଡ଼ିଥିବା ବେଳେ ତାଙ୍କ ଗୁଳି କରାଯାଇଥିବା ଦେଖିବାକୁ ପାଇଥିଲା। ଏହାପରେ ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା।

ପୁଲିସ୍‌ ତୁରନ୍ତ ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ ପରେ ରିଷଭ ହୋଟେଲରୁ ବାହାରି ଫ୍ଲାଇଟ୍‌ ଯୋଗେ ଦିଲ୍ଲୀ ପଳାଇଥିବା ଜାଣିବାକୁ ପାଇଥିଲା। ଏହାପରେ ତୁରନ୍ତ ଦିଲ୍ଲୀ ପୁଲିସ୍‌ ସହାୟତାରେ ତାଙ୍କୁ ଗିରଫ କରାଯାଇଛି।

ପଚରାଉଚରା ବେଳେ ବନ୍ଦନାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ୧୦ ବର୍ଷ ହେଲା ରହିଥିବା ରିଷଭ କହିଥିଲେ। ଉଭୟ ପରସ୍ପରକୁ ଖୁବ୍‌ ଭଲ ପାଉଥିଲେ। ମାତ୍ର ବନ୍ଦନାଙ୍କର ଅନ୍ୟତ୍ର ସମ୍ପର୍କ ଆରମ୍ଭ ହୋଇଥିବା ସେ ଖବର ପାଇଥିବାରୁ ଏପରି କାଣ୍ଡ ଘଟାଇଥିବା ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଥିଲେ।

Girl Boyfriend Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe