Advertisment

ନୃଶଂସ ବାପା: ଝିଅକୁ ହତ୍ୟା କରି ବାଇକ୍‌ରେ ମୃତଦେହ ଘୋଷାଡ଼ି ଘୋଷାଡ଼ି ଫିଙ୍ଗିଦେଲା

ଝିଅକୁ ହତ୍ୟା କରି ଜଣେ ବାପା ନିଜ କୁକର୍ମକୁ ଲୁଚାଇବା ପାଇଁ ଶବକୁ ବାଇକରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

କ୍ରୋଧ ଆଉ ଅହଂ ଭାବ ମଣିଷକୁ ଏମିତି ବି ପିଶାଚ କରିଦିଏ। ଝିଅର ଚରିତ୍ରକୁ ସନ୍ଦେହ କରୁଥିଲେ ବୋଲି ଜଣେ ବାପା ଏପରି କାଣ୍ଡ ଭିଆଇଛନ୍ତି, ଯାହାକୁ ଶୁଣିଲେ ଲୋମ ଟାଙ୍କୁରି ଉଠିବ। ଧାରୁଆ ଅସ୍ତ୍ରରେ ଝିଅକୁ ହତ୍ୟା କରି ଜଣେ ବାପା ନିଜ କୁକର୍ମକୁ ଲୁଚାଇବା ପାଇଁ ଶବକୁ ବାଇକରେ ବାନ୍ଧି ଘୋଷାଡି ଘୋଷାଡି ନେଇଛି। ରେଲୱେ ଟ୍ରାକରେ ମୃତଦେହ ଫିଙ୍ଗିବା ପାଇଁ ଏପରି କରିଛି ଜଣେ ବାପା। ପଞ୍ଜାବର ଅମୃତସର ଜିଲ୍ଲାରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା।

Advertisment

ଗତକାଲି ଏହି ଘଟଣା ଘଟିଥିବା ବେଳେ ଅପରାଧର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ମୃତ ଯୁବତୀଙ୍କ ଜେଜେମାଙ୍କ କହିବା ଅନୁସାରେ, ନାତୁଣୀ ଘରୁ ବାହାରକୁ ଯାଇଥିଲେ। ସେ ଫେରିବା ପରେ ତାଙ୍କ ବାପା ଖୁବ୍ ଜୋରରେ ରାଗିଯାଇଥିଲେ। ହଠାତ୍ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ମୃତଦେହ ଲୁଚାଇବା ପାଇଁ ସେ ଏକ ବ୍ୟାଗ୍ ସାହାଯ୍ୟରେ ବାନ୍ଧି ବାଇକରେ ଘୋଷାଡି ଘୋଷାଡି ନେଇ ଅମୃତସରର ରେଲୱେ ଟ୍ରାକରେ ଫିଙ୍ଗି ଦେଇଥିଲେ।

ଘଟଣା ବାବଦରେ କାହାକୁ ନ କହିବା ପାଇଁ ଅନ୍ୟ ପରିବାର ସଦସ୍ୟଙ୍କୁ ମଧ୍ୟ ଧମକ-ଚମକ ଦେଇଥିଲେ। ଏପରିକି ଯଦି ସେମାନେ ଏ ବାବଦରେ ମୁହଁ ଖୋଲନ୍ତି, ତେବେ ତାଙ୍କୁ ମଧ୍ୟ ମାରିଦେବାକୁ ଧମକ ଦେଇଥିଲେ। ଭୟଭୀତ ହୋଇ ପରିବାର ଲୋକେ ବାହାରକୁ ଆସିପାରି ନଥିଲେ କି କାହାକୁ କିଛି ଜଣାଇ ନଥିବା ପୁଲିସ କହିଛି। ସିସିଟିଭ୍ ଫୁଟେଜରୁ ସବୁ ସତ ସାମ୍ନାକୁ ଆସିଛି।

Advertisment

ଝିଅର ଚରିତ୍ରକୁ ସନ୍ଦେହ କରି ହତ୍ୟା କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଅନୁମାନ କରାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ବୋଲି ପୁଲିସ କହିଛି। ଅଭିଯୁକ୍ତକୁ ଗିରଫ କରିବା ଖୋଜାଖୋଜି କରୁଛି ପୁଲିସ୍।

Crime News Father Kills Daughter Father Drags Daughter Body
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe