Advertisment

ତୃତୀୟ ସେମିଷ୍ଟାର ପରୀକ୍ଷା ଦେଇପାରିଲେନି ପୁଞ୍ଜିଲାଲ

ଆଜି ଦ୍ୱି’ପହର ୨ଟାରେ ଜେଲ ଭିତରେ ଆରମ୍ଭ ହୋଇଥିଲା ଓପନ ୟୁନିଭରସିଟିର ଡିଷ୍ଟାନ୍ସ ପରୀକ୍ଷା। ପୁଞ୍ଜିଲାଲ ମେହେର ପିଜେଏମସି ପାଇଁ ତୃତୀୟ ସେମିଷ୍ଟାର ପରୀକ୍ଷା ଦେବା କଥା। କିନ୍ତୁ ସେ ପରୀକ୍ଷା ଦେଇନଥିଲେ।

author-image
Manoranjan Sial
Punjilal

Punjilal

ପୁଣି ଚର୍ଚ୍ଚାରେ ପାଟଣାଗଡ଼ ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ପୋରଣ ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ବଲାଙ୍ଗିର ଜେଲରେ ବିଚାରଧୀନ ବନ୍ଦୀ ଥିବା ପୁଞ୍ଜିଲାଲ ସାମ୍ବାଦିକତାର ପାଠ ପଢୁଛନ୍ତି। ଦୁଇଟି ସେମିଷ୍ଟାର ପରୀକ୍ଷା ଦେଇ ୬୦ରୁ ଅଧିକ ପ୍ରତିଶତରେ ପାସ କରିସାରିଛନ୍ତି। କିନ୍ତୁ ଆଜି ତୃତୀୟ ସେମିଷ୍ଟାର ପରୀକ୍ଷା ଦେଇନାହାନ୍ତି ପୁଞ୍ଜିଲାଲ।

Advertisment

ଆଜି ଦ୍ୱି’ପହର ୨ଟାରେ ଜେଲ ଭିତରେ ଆରମ୍ଭ ହୋଇଥିଲା ଓପନ ୟୁନିଭରସିଟିର ଡିଷ୍ଟାନ୍ସ ପରୀକ୍ଷା। ପୁଞ୍ଜିଲାଲ ମେହେର ପିଜେଏମସି ପାଇଁ ତୃତୀୟ ସେମିଷ୍ଟାର ପରୀକ୍ଷା ଦେବା କଥା। କିନ୍ତୁ ସେ ପରୀକ୍ଷା ଦେଇନଥିଲେ। ପୁଞ୍ଜିଲାଲ ସ୍ପୋଣ୍ଡାଳାଇଟ୍ସ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇଥିବାରୁ ପରୀକ୍ଷା ଦେଇନଥିବା କହିଛନ୍ତି ଜେଲ ଅଧିକ୍ଷକ ସର୍ବେଶ୍ୱର ସାହୁ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପୁଞ୍ଜିଲାଲ୍‌ ମେହେରା। ସିଏ ଦେଇଥିବା ପାର୍ସଲ ବିସ୍ଫୋରଣ ହୋଇ ସାହୁ ପରିବାର ଛାରଖାର ହୋଇଯାଇଥିଲା। ଏହି ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲା ପୁଞ୍ଜିଲାଲ। ସେ ଜେଲ୍‌ ଯିବା ପରେ ସାମ୍ବାଦିକତା ପାଠ ପଢ଼ୁଥିଲେ।

Advertisment

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Patnagarh Parcel Bomb Case Patnagada